ସ୍ମୃତିଲିପିର ବିଶେଷ ବିଶେଷାଙ୍କର ପାଠକାର୍ପଣ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ଵର, (ଯୁଗାବ୍ଦ ନ୍ୟୁଜ):ଆଜି ଛତିଶଗଡର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ଵଭୁଷଣ ହରିଚନ୍ଦନଙ୍କ କରକମଳରେ ତାଙ୍କର ଭୁବନେଶ୍ଵରସ୍ଥିତ ବାସଭବନ ପରିସରରେ ଜନଚେତନାର ପ୍ରତୀକ ତ୍ରୟମାସିକ ସାହିତ୍ୟ ପତ୍ରିକା “ସ୍ମୃତିଲିପି “ର ବିଶେଷ ବିଶେଷାଙ୍କକୁ ପାଠକମାନଙ୍କ ଉଦ୍ଦେଶ୍ୟରେ ପାଠକାଅର୍ପଣ କରାଯାଇଥିଲା .ଉକ୍ତ ଉତ୍ସବରେ ପତ୍ରିକାର ଉପଦେଷ୍ଟା ଇଂଜିନିୟର ଲଡ଼ୁ କିଶୋର ପଢିଆରୀ ପତ୍ରିକାର ସଂପାଦକ ଭୁବନ ମୋହନ ମହାନ୍ତି ଓ ମଧୁର ଭାରତୀ ପତ୍ରିକାର ସଂପାଦିକା ଜୟନ୍ତୀ ପଢିଆରୀ ସ୍ମୃତିଲିପି ପତ୍ରିକାର କାର୍ଯ୍ୟନିର୍ବାହୀ ସଂପାଦକ ଦୟାନିଧି ନାୟକ ପ୍ରମୁଖ ଉପସ୍ଥିତ ଥିଲେ . ପ୍ରାରମ୍ଭରେ ଏକ ସୌଜନ୍ୟମୁଳକ ସାକ୍ଷାତକାର ଅନୁଷ୍ଠିତ ହୋଇଥିଲା .ଏହି କାର୍ଯ୍ୟକ୍ରମରେ ସ୍ମୃତିଲିପି ପତ୍ରିକାର ସଂପାଦକ ଭୁବନ ମୋହନ ମହାନ୍ତି ମହାମହିମ ଛତିଶଗଡର ରାଜ୍ୟପାଳଙ୍କୁ ଉତ୍ତରୀୟ ଓ ପୁଷ୍ପହାର ଦେଇ ସଂବଧିତ କରିଥିଲେ .ଆଗାମୀ ନଭେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ସ୍କୃତିଲିପିର ୨୮ତମ ବାର୍ଷୀକ ସାରସ୍ଵତ ସମାରୋହରେ ଯୋଗ ଦେବା ନିମନ୍ତେ ଅନୁରୋଧ କରିଥିଲେ .

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ