ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ମୋଦିଙ୍କୁ ଗ୍ଲୋବାଲ ଗୋଲକିପର ପୁରସ୍କାର

ନୂଆଦିଲ୍ଲୀ ,(ଯୁଗାବ୍ଦ ନ୍ୟୁଜ୍) : ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ତରଫରୁ ଗ୍ଲୋବାଲ ଗୋଲକିପର ପୁରସ୍କାର ପ୍ରଦାନ କରାଯାଇଛି । ଭାରତୀୟ ମାନେ ଏହି ମୋଦିଙ୍କ ସ୍ୱଚ୍ଛ ଭାରତ ଅଭିଯାନଙ୍କୁ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି ।ନ୍ୟୁୟର୍କରେ ଜାତିସଂଘର ସାଧାରଣ ଅଧିବେଶନରେ ଏହି ପୁରସ୍କାର ସମାରୋହ ଆୟୋଜିତ ହୋଇଥିଲା । ପୁରସ୍କାର ପାଇବା ପରେ ଇଷ୍ପିତ ଫଳ ମିଳିଲା ବୋଲି ମୋଦି ପ୍ରକାଶ କରିଛନ୍ତି । ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଦିବସରେ ଗାନ୍ଧୀଙ୍କ କାମ କିଛି ମାତ୍ରାରେ ସାକାର ହୋଇଛି ବୋଲି କହିଛନ୍ତି । ସ୍ୱଚ୍ଛ ଭାରତ ଅଭିଯାନକୁ ସାକାର କରିବା ନିମନ୍ତେ ଗତ ୫ ବର୍ଷ ମଧ୍ୟରେ ସମସ୍ତ ଘରକୁ ପାଇଖାନା ଆଦି ଯୋଗାଇଦିଆଯିବା ସହ ଗାନ୍ଧୀଙ୍କ ସ୍ୱପ୍ନ କିଞ୍ଚିତ ପୂରଣ କରାଯାଇଛି ବୋଲି ପ୍ରକାଶ କରିଛନ୍ତି । ବିଶ୍ୱରେ ପ୍ରଧାନମନ୍ତ୍ରୀ ମୋଦି ସ୍ୱଚ୍ଛ ଭାରତ ଅଭିଯାନ ଠାରୁ ଆରମ୍ଭ କରି ସମସ୍ତ ଦିଗରେ ସଚୋଟତାର ସହ ସଫଳତା ହାସଲ କରିଥିବା ବେଳେ ମୋଦି ସରକାର ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ