ସ୍ୱତନ୍ତ୍ର ଯକ୍ଷ୍‌ମା ଚିହ୍ନଟ ଅଭିଯାନ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଲକରେ ଥିବା ରତ୍ନପୁର ଗ୍ରାମରେ ସ୍ୱତନ୍ତ୍ର ଯକ୍ଷ୍‌ମା ଚିହ୍ନଟ ଅଭିଯାନ ଗତକାଲିଠାରୁ ଆରମ୍ଭ ହୋଇ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଉକ୍ତ ଅଭିଯାନରେ ଅଞ୍ଚଳର ଘରକୁ ଘର ସର୍ଭେ କରାଯାଇ ଟି.ବି ରୋଗୀଙ୍କୁ ଚିହ୍ନଟ କରାଯାଉଅଛି । ଏହା ସହ ସେମାନଙ୍କୁ ତୁରନ୍ତ ଚିକିତ୍ସା ବ୍ୟବସ୍ଥାକୁ ନେଇ ବରିଷ୍ଠ ଯକ୍ଷ୍‌ମା ପରିଦର୍ଶକ ସରୋଜ କୁମାର ଦାସ ସୁଚନା ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆଶାକର୍ମୀ , ଅଙ୍ଗନୱାଡି ଓ ସ୍ୱାସ୍ଥ୍ୟ କର୍ମୀ ତୃଷ୍ଣାମୟୀ ସାହୁ , ବରିଷ୍ଠ ଯକ୍ଷ୍‌ମା ଅଧିକାରୀ ସରୋଜ କୁମାର ଦାସ , ସୋନାଲି ମଣ୍ଡଳ , ଏସ.ଟି.ଏଲ.ଏସ ପ୍ରଣତୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ