ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :- ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଭଗବତ ଚାରିଟେବୁଲ ଟ୍ରଷ୍ଟ” ଓ “ମାସ୍କୋ” ବ୍ରହ୍ମପୁରର ମିଳିତ ସହଯୋଗରେ ଗୋଷାଣୀନୂଆଗାଁ ନିକଟସ୍ଥ ଝିମିରା ସାହିଠାରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମଟିରେ “ଭଗବତ ଚାରିଟେବୁଲ ଟ୍ରଷ୍ଟ”ର ପ୍ରତିଷ୍ଠାତା ତଥା ସଭାପତି ଶ୍ରୀ ଏସ୍ ପ୍ରକାଶ ଚନ୍ଦ୍ର ପାତ୍ର ସଭାପତିତ୍ବ କରିଥିଲେ । ଉଦ୍ଘାଟକ ରୂପେ ଡାକ୍ତର ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଓ ସ୍ଥାନୀୟ କର୍ପୋରେଟର ଧିରେଶ୍ ସାବତ ଯୋଗଦେଇ “ଭଗବତ ଚାରି ଟେବୁଲ ଟ୍ରଷ୍ଟ” ଏବଂ “ମାସ୍କେ଼ା” ଦ୍ଵାରା ହାତକୁ ନିଆଯାଇଥିବା ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମଟିକୁ ଭୂୟସୀ ପ୍ରଶଂସା କରିଥିଲେ । ମୁଖ୍ୟଅତିଥି ରୂପେ “ମାସ୍କୋ”ର ସମ୍ପାଦକ ତଥା ବରିଷ୍ଠ ଡାକ୍ତର ରାମକୃଷ୍ଣ ସାହୁ ଉପସ୍ଥିତ ରହି ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଓ ପ୍ରତିକାର ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ବରିଷ୍ଠ ଡାକ୍ତର ନକୁଳ ସାହୁ, ବିଶିଷ୍ଟ ବକ୍ତା ଭାବେ ଡାକ୍ତର ପ୍ରଶାନ୍ତ କୁମାର ପଣ୍ଡା,ସମ୍ମାନିତ ବକ୍ତାଭାବେ ଡାକ୍ତର ଗାନ୍ଧୀ ଚୌଧୁରୀ,ଡାକ୍ତର ଗୋପାଳକୃଷ୍ଣ ପାଣିଗ୍ରାହୀ,ଡାକ୍ତର ବିଜୟ କୁମାର ସୁବୁଦ୍ଧି ପ୍ରମୁଖ ଯୋଗଦେଇ ବିଭିନ୍ନ ରୋଗର ପ୍ରତିକାର ସମ୍ପର୍କରେ ଲୋକମାନଙ୍କୁ ବୁଝାଇଥିଲେ । ରୋନାଲୀ ପାଣିଗ୍ରାହୀ, ଗୁପ୍ତେଶ୍ୱର ଷଡ଼ଙ୍ଗୀ, ସବିତା ସାହୁକାର, ପ୍ରଫେସର୍ ଡମ୍ବରୁଧର ସାହୁ, ସୁଭାଷିନୀ ପଟ୍ଟନାୟକ, ଅନୁସୁ୍ୟା ଜେନା,ସୁନିଲ କୁମାର ସାବତ,ଝିଲି କୁମାରୀ ସାହୁ,ଦୟାନନ୍ଦ ସାହୁ,ପି ବୁଦ୍ଧଦେବ ପାତ୍ର, ରାଜେଶ ବାଡ଼ତ୍ୟା ପ୍ରମୁଖ କାର୍ଯକ୍ରମ ଟିକୁ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ବାସୁଦେବ ସାହୁକାର,ଗଗନ ଚନ୍ଦ୍ର ମଲ୍ଲିକ,ଅବନୀ ଗୟା,ରାଜେନ୍ଦ୍ର କୁମାର ସାହୁ, ପପୁନ୍ କୁମାର ମହାରଣା,ଦୁର୍ଗା ପ୍ରସାଦ ଦାସ ପ୍ରମୁଖ କାର୍ଯ୍ୟକ୍ରମଟିରେ ସହଯୋଗ କରିଥିଲେ । ଏହାପରେ ଅନୁଷ୍ଠାନ ତରଫରୁ ମାଗଣାରେ ପ୍ରାୟ ଏକଶହ ଲୋକଙ୍କର ରକ୍ତଶର୍କରା ଓ ରକ୍ତଚାପ ପରୀକ୍ଷା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ