ସ୍ୱୟଂ ସହାୟିକା ଗୋଷ୍ଠୀ ଗୃହକୁ ନେଇ ଉତ୍ତେଜନା

ବୁଗୁଡ଼ା, (ଅନିଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା, ପୋଲସରା ବ୍ଳକ, କଳମ୍ବ ଗ୍ରାମର ୧୫ ଟି ସ୍ୱୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ, ସମ୍ପାଦିକା, ଆଞ୍ଚଳିକ ମହାମଞ୍ଚ ର କୋଷାଧ୍ୟକ୍ଷ ସହ ଶତାଧିକ ମହିଳା ସଦସ୍ୟା ମଙ୍ଗଳ ବାର ଦିନ କଳମ୍ବ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କଳମ୍ବ ପଞ୍ଚାୟତର ୧୫ ରୁ ଉର୍ଦ୍ଧ୍ବ ସ୍ୱୟଂ ସହାୟିକା ଗୋଷ୍ଠୀ ର ସଦସ୍ୟା ମାନେ ଏକତ୍ରିତ ହୋଇ ଏକ ବୈଠକ କରି ଥିଲେ । ଉକ୍ତ ପଞ୍ଚାୟତରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ବୈଠକ ଗୃହ ଟିଏ କାହିଁକି ନିର୍ମାଣ ହୋଇନାହିଁ ବୋଲି ପ୍ରଶ୍ନ ଉଠାଇ ଆଲୋଚନା କରିଥିଲେ । ୨୦୧୮-୧୯ ଆର୍ଥିକ ବର୍ଷରେ ଆମ ଗାଁ ଆମ ବିକାଶ ଯୋଜନାରେ କଳମ୍ବ ଗ୍ରାମର ବିକାଶ ଲାଗି ୧୦ ଗୋଟି ପ୍ରକଳ୍ପ ଲାଗି ୨୫ଲକ୍ଷ ଟଙ୍କାର ବ୍ୟୟ ରେ ନିର୍ମାଣ ହେବାକୁ ଥିବା ପ୍ରକଳ୍ପଗୁଡିକର ଭିତି ପ୍ରସ୍ତର ସ୍ଥାପନ ହୋଇଥିଲା । ସେଥି ମଧ୍ୟରେ ମଧ୍ୟ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ପାଇଁ ଗୃହ ନିର୍ମାଣ ହୋଇସାରିଛି ବୋଲି ସ୍ୱୟଂ ସହାୟକ ଗୋଷ୍ଠୀ ସଙ୍ଘ ଦାବିକାରୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସେମାନଙ୍କୁ ସେହି ଗୃହ ଯୋଗାଇବାକୁ ସ୍ୱୟଂ ସହାୟିକା ଗୋଷ୍ଠୀ ର ସମ୍ପାଦିକା ସାବିତ୍ରୀ ସାହୁ, ଆଞ୍ଚଳିକ ମହାସଙ୍ଗର କୋଷାଧ୍ୟକ୍ଷ ସୁନିତା ସାହୁ, ସନ୍ତୋସିନୀ ପ୍ରଧାନ, ସୁଚିତ୍ରା ପ୍ରଧାନ, ପୂର୍ଣ୍ଣବାସୀ ପାଗଡ଼,ଲିଲି ସାହୁ, କୁନି ସାହୁ ସମେତ ଅନେକ ମହିଳା ସଦସ୍ୟା ଦାବି କରିଥିଲେ । ଏଥି ସହ ସଦସ୍ୟା ମାନେ ପୋଲସରା ବ୍ଳକ କାର୍ଯ୍ୟାଳୟରେ ପହଞ୍ଚି ବିଡ଼ିଓଙ୍କ ଅନୁପସ୍ଥିତରେ ଅତିରିକ୍ତ ବିଡ଼ିଓ ଧର୍ମରାଜ ପରିଡାଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଥିଲେ । ଏନେଇ ପୋଲସରା ବିଡ଼ିଓ ସୁରଞ୍ଜନ କୁମାର ସାହୁଙ୍କ ସହ ଯୋଗାଯୋଗ ବେଳେ ସେ ପ୍ରକାଶ କରିଥିଲେଯେ ପୋଲସରା ବ୍ଲକର ୨୬ ଗୋଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ୨୫ ଗୋଟି ଗ୍ରାମ ପଞ୍ଚାୟତକୁ ସ୍ୱୟଂ ସହାୟକ ଗୋଷ୍ଠୀ ସଭାଗୃହ ନିର୍ମାଣ ପାଇଁ ଅର୍ଥ ମଞ୍ଜୁରୀ ହୋଇଥିବା ବେଳେ ଗୋଟିଏ ପଞ୍ଚାୟତ ପାଇଁ ଅର୍ଥ ମଞ୍ଜୁରୀ ହୋଇପାରି ନାହିଁ । ସେଥିପାଇଁ ସମିତି ପକ୍ଷରୁ ଜିଲ୍ଳାପାଳଙ୍କୁ ପତ୍ର ଲେଖି ଜଣାଇ ଦିଆଯାଇଛି। ଅର୍ଥ ମଞ୍ଜୁରୀ ହୋଇ ଆସିଲେ ତୁରନ୍ତ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ସ୍ୱୟଂ ସହାୟକ ଗୋଷ୍ଠୀ ସଭାଗୃହ ପାଇଁ ୫ ଲକ୍ଷ ଟଙ୍କାର ବ୍ୟୟ ବରାଦ ଥିବାବେଳେ ୨୦୧୮-୧୯ ଆର୍ଥିକ ବର୍ଷରେ ଏଥିପାଇଁ ଅର୍ଥ ଖର୍ଚ୍ଚ ହୋଇନଥିବା ବିଡ଼ିଓ ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ