ହତ୍ୟା ଉଦ୍ୟମ ଓ ୨ ଲକ୍ଷ ଟଙ୍କା,ସୁନା ଅଳଙ୍କାର ଲୁଟ୍ ମାମଲା : ୨ ଗିରଫ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ଥାନା ନୂଆ ଅନନ୍ତେଇ ଗ୍ରାମର ସନ୍ତୋଷ ସେଠୀ ଓରଫ କେଳା(୩୪) ଏବଂ ଜିତେନ୍ଦ୍ର ଗୌଡ଼ ଓରଫ ଜିତୁ (୩୭) ଙ୍କୁ ପୋଲିସ ସୋମବାର ଗିରଫ କରି ବ୍ରହ୍ମପୁର ଏସଡିଜେଏମ କୋର୍ଟ କୁ ଚାଲାଣ କରିଛନ୍ତି।ମାମଲା ନଂ.୪୫୨/୨୬ ବିଏନ୍ଏସ ର ଦଫା -୧୨୬(୨)/୧୧୮(୧)/୧୧୮(୨)/୨୯୬/୧୧୫(୨)/୩୦୩(୨)/୧୦୯/୧୯୦/୧୯୧(୩)/୧୯୧(୨)/୧୧୭(୨) ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଦ୍ବୟ ଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ନୂଆ ଅନନ୍ତେଇ ଗ୍ରାମର ଜଗନ୍ନାଥ  ଗୌଡ଼ ଗତ ଶନିବାର ରାତି ପ୍ରାୟ ସାଢେ ୮ ଟାରେ ଘରେ ରାତ୍ରି ଭୋଜନ ସାରି ତାଙ୍କ ସାଙ୍ଗ ପ୍ରଭାକର ଗୌଡ଼ ଙ୍କ ସହ ଶାଳକ ଘରକୁ ସ୍କୁଟି ରେ ଯାଉଥିବା ବେଳେ ଗ୍ରାମ ନିକଟ ପଞ୍ଚପୁଟିଆ ଛକ ନିକଟରେ ପୂର୍ବ ଯୋଜନା ପ୍ରକାରେ ଗ୍ରାମର ତ୍ରିପତି ଗୌଡ଼ ଏକ ବାଇକ ରେ ଦ୍ରୁତଗତି ରେ ଆସି ସ୍କୁଟି କୁ ପଛପଟୁ ଧକ୍କା ଦେଇଥିଲେ।ଜଗନ୍ନାଥ ଏବଂ ତାଙ୍କ ସାଙ୍ଗ ପ୍ରଭାକର ତଳେ ପଡିଯିବାରୁ ପୂର୍ବରୁ ସେଠାରେ ବିଭିନ୍ନ ମାରଣାସ୍ତ୍ର ଧରି  ଉପସ୍ଥିତ ଥିବା ପ୍ରାୟ ୬ ଜଣ ଜଗନ୍ନାଥ ଙ୍କୁ ହତ୍ୟା ଉଦ୍ଦେଶ୍ୟରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ।ପରେ ଜଣେ ଅଭିଯୁକ୍ତ ତାଙ୍କ ସ୍କୁଟି ନେଇଯିବା ସହ ଅନ୍ୟ ଅଭିଯୁକ୍ତ ମାନେ  ତାଙ୍କ ପକେଟ ରୁ ୨ ଲକ୍ଷ ଟଙ୍କା , ସୁନା ଚେନ ଏବଂ ମୁଦି ଜବରଦସ୍ତ ଛଡାଇ ନେଇଯାଇଥିଲେ। ମାଡ଼ ଭୟରେ ଜଗନ୍ନାଥ ଙ୍କ ସାଙ୍ଗ ପ୍ରଭାକର ପ୍ରାଣ ବିକଳରେ ଦୌଡ଼ି ଯାଇ ଜଗନ୍ନାଥ ଙ୍କ ଘର ଲୋକଙ୍କୁ ଫୋନ କରି ଘଟଣା ଜଣାଇଥିଲେ। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ। ଏନେଇ ଜଗନ୍ନାଥ ଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ଗୌଡ଼ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲା ପ୍ରକାରେ ଆଇଆଇସି କିଶୋର କୁମାର ସାମଲ ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ