ହବ୍ ସେଂଟରରେ ପଂହଚିଲା ପ୍ରଶ୍ନପତ୍ର : ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ପରୀକ୍ଷା ଦେବେ ୧୧୧୩ ପରୀକ୍ଷାର୍ଥୀ
ହିଞ୍ଜିଳିକାଟୁ (ଶେଷଦେବ ସାହୁ): ଉଚ୍ଚ ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ପରୀକ୍ଷା ମାର୍ଚ୍ଚ ମାସ ୩ ତାରିଖ ଠାରୁ ଆରମ୍ଭ ହୋଇ ୨୭ ତାରିଖରେ ଶେଷ ହେବ । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରଶ୍ନପତ୍ର ହିଂଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ ହବ୍ ସେଂଟରରେ ପଂହଚିସାରିଛି । ହିଂଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ ହବ୍ ସେଂଟର ଅଧିନସ୍ଥ ହିଂଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ କଳା ବିଭାଗରେ ୩୪୨ଜଣ ପରୀକ୍ଷାର୍ଥୀ, ବିଜ୍ଞାନ ବିଭାଗରେ ୫୧୫ ପରୀକ୍ଷାର୍ଥୀ, ବାଣିଜ୍ୟ ବିଭାଗରେ ୨୫୬ ପରୀକ୍ଷାର୍ଥୀ ସର୍ବମୋଟ ୧୧୧୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ସ୍ଥିରିକୃତ ହୋଇଛି । ପରୀକ୍ଷାକୁ ସ୍ୱଛ ଓ ତୃଟିମୁକ୍ତ କରିବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି । ହବ୍ ସେଂଟରରେ ୨୪ ଘଂଟିଆ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଥିବା ବେଳେ ସିସିଟିଭି ଲଗାଯାଇଛି । ପରୀକ୍ଷା ପରିଚାଳନା ଲାଗି ସ୍କାର୍ଡ଼ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ହିଂଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ ହବ୍ ସେଂଟରରେ ଜୋନାଲ ଅଫିସର ତଥା ଅଧ୍ୟକ୍ଷ ଡ଼ଃ. ଅଜିତ କୁମାର ମିଶ୍ର ଙ୍କ ନେତୃତ୍ୱରେ ବହୁ ପଦାଧିକାରୀ ନିୟୋଜିତ ରହିଛନ୍ତି । ଉଚ୍ଚ ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରଣଶୀତ ମାର୍ଗଦର୍ଶିକା ଅନୁସାରେ ପରାୀକ୍ଷା ପରିଚାଳନା କରାଯିବ ବୋଲି ହବ୍ ସେଂଟରରେ ଜୋନାଲ ଅଫିସର ତଥା ସୁପରିଟେଣ୍ଡଂଟ ଅଧ୍ୟକ୍ଷ ଡ଼ଃ. ମିଶ୍ର ପ୍ରକାଶ କରିଛନ୍ତି । ହବ୍ ସେଂଟରରେ ପ୍ରଶ୍ନପତ୍ର ପଂହଚିବା ପରେ ପୁଲିସ ଫୋର୍ସ ମୃତୟନ କରାଯାଇଛି । ହବ୍ ସେଂଟରରୁ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ ଓ ପରୀକ୍ଷା ସରିବା ପରେ କିପରି ସୁରକ୍ଷିତ ଭାବେ ଉତର ଖାତା ହବ୍ରେ ପଂହଚିବ ସେ ନେଇ ମଧ୍ୟ ବ୍ଳୁ ପ୍ରିଂଟ୍ ପ୍ରସ୍ତୁତ କରାଯାଇଛି । ସ୍ଥାନୀୟ ହବ୍ ସେଂଟରରୁ ସ୍ଥାନୀୟ ବ୍ଳକ ପୋଚିଲିମା ସ୍ଥିତ ଖାମ୍ବେୟାଦୋରା କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟ, ପାଟପୁର ବିଶ୍ୱାସରାୟ ମହାବିଦ୍ୟାଳୟ, କଙ୍କୋରଡ଼ା ବିଜ୍ଞାନ ମହାବିଦ୍ୟାଳୟକୁ ପ୍ରଶ୍ନପତ୍ର ପଠାଯିବାର ବ୍ୟବସ୍ଥା ରହିଛି ।


