ହଳଦିଆ ପଦର ହନୁମାନ ମନ୍ଦିରରେ ସଂକ୍ରାନ୍ତି ପୂଜାପାଠ

ବ୍ରହ୍ମପୁର ,(ଯୁଗାବ୍ଦ ନ୍ୟୁଜ୍) : ବ୍ରହ୍ମପୁର ଉପଖଣ୍ଡ ହଳଦିଆପଦର ହନୁମାନ ନଗରସ୍ଥିତ ବୀର ହନୁମାନ ମନ୍ଦିରରେ ଶନିବାର ଦିନ ସଂକ୍ରାନ୍ତି ରେ ହୋମ ଓ ପୂଜାର୍ଚ୍ଚନା ମନ୍ଦିର ପ୍ରତିଷ୍ଠାତା ହରିଓମ୍ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହା ପରେପୂଜାପାଠ ସହ ହନୁମାନ ଚାଳିଶା ପାଠ କରାଯାଇଥିଲା । ଏଥିରେ ସ୍ଥାନୀୟ ଅଂଚଳର ସ୍ଥାନୀୟ ବୁଦ୍ଧିଜୀବି ,ହନୁମାନ ଭକ୍ତ ,ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।ଏହା ସହ ଓଡିଶା ଦରବାରର ସଂପାଦକ ରବିନ୍ଦ୍ର କୁମାରମହାରଣା ,ସାମ୍ବାଦିକ ସୁସାନ୍ତ କର ,ନ୍ୟାୟବତୀର ଗଂଜାମ ଜିଲ୍ଲା ପ୍ରତିନିଧି ମନୋଜ କୁମାର ମହାରଣା ,କିଶୋର ମହାନ୍ତି ,ସୁରେନ୍ଦ୍ର ଚନ୍ଦ୍ର ତ୍ରିପାଠୀ ,ଭୀଷ୍ମାଚାର୍ଯ୍ୟ ଚୈାଧୁରୀ ,ବରିଷ୍ଠ ନାଗରିକ ସଂଘ ସଭାପତି ରାସବିହାରୀ ଦାସ ପ୍ରମୁଖ ଯୋଗ ଦେଇ ମହାବୀର ହନୁମାନଙ୍କ ଦର୍ଶନ କରିବା ସହ କୃପା ଲାଭ କରିଥିଲେ । ଶେଷରେ ହନୁମାନଙ୍କ ପ୍ରସାଦ ବଣ୍ଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ