ସଂସ୍କୃତି ସୁରକ୍ଷା ଅଭିଯାନ ତରଫରୁଏଥର ବକୁଳ ବନ ସଫେଇ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ରବିବାର ଦିନ ସତ୍ୟବାଦୀର ବକୁଳବନ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଅଭିଯାନର ଶତାଧିକ ସଦସ୍ୟ ଭୁବନେଶ୍ୱରରୁ ସକାଳୁ ବକୁଳବନ ଗ୍ରସ୍ତ କରିବେ । ସେଠାରେ ସକାଳ ୮ଘଟିକାରୁ ୧୦ଘଟିକା ପର୍ଯ୍ୟନ୍ତ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ସୂଚନା ଦେଇଛନ୍ତି । ଫନି ବାତ୍ୟ।।ରେ ବକୁଳବନର ବ୍ୟାପକ କ୍ଷୟକ୍ଷତି ଘଟିଛି । ପୁରା ଅଞ୍ଚଳ ବିପର୍ଯ୍ୟସ୍ତ ଅବସ୍ଥାରେ ଏବେ ବି ପଡ଼ିରହଛି । ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିର ମଧ୍ୟ ରକ୍ଷଣାବେକ୍ଷଣ ହୋଇପାରୁ ନାହିଁ । ସତ୍ୟବାଦୀର ବକୁଳବନ ହେଉଛି ଓଡ଼ିଆ ଜାତିର ପାଞ୍ଚ ମହାନାୟକ ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ଆ•ର୍ଯ୍ୟ ହରିହର ଓ ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ସାଧନାସ୍ଥଳ । ଏହିଠାରେ ହିଁ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଯାହାକୁ ମଣିଷ ତିଆରି କାରଖାନା ବୋଲି କୁହାଯାଉଥିଲା । ଏଭଳି ଏକ ପ୍ରମୁଖ ପୀଠର ରକ୍ଷଣାବେକ୍ଷଣ ଦାୟିତ୍ୱ ସରକାର ନେଉନଥିବାରୁ ଏ ନେଇ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଅଣ୍ଟା ଭିଡ଼ିଛି । ସଦ୍ୟବାଦୀ ଅଞ୍ଚଳର ସାମାଜିକ ଅନୁଷ୍ଠାନମାନେ ମଧ୍ୟ ଏଥିରେ ସାମିଲ୍ ହେବେ । ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି, ସ୍ମୃତିପୀଠ ଓ ସମାଧୀସ୍ଥଳର ସଫେଇ କାର୍ଯ୍ୟ କରାଯିବ ବୋଲି ଅଭିଯାନର ସଂଯୋଜକ କିଶନ ବରାଇ ଓ ନାରାୟଣ ଚନ୍ଦ୍ର ଓଝା କହିଛନ୍ତି । ପ୍ରତି ରବିବାର ପ୍ରାତଃସ୍ମରଣୀୟଙ୍କ ଲାଗି ଉତ୍ସର୍ଗ କରିବାକୁ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପ୍ରୟାସ ଆରମ୍ଭ କରିଛି । ପୂର୍ବ ତିନୋଟି ରବିବାରରେ ଭୁବନେଶ୍ୱରରେ ବିଭିନ୍ନ ମହାପୁରୁଷଙ୍କ ସ୍ମୃତିସ୍ଥଳ ଓ ପ୍ରତିମୂର୍ତ୍ତି ସଫେଇ କରାଯାଇଥିଲା । ଏଥର ସତ୍ୟବାଦୀର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ପ୍ରତି ରବିବାର ଭିନ୍ନ ଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହବ । ଆମ ପୂର୍ବପୁରୁଷଙ୍କୁ ଉଚିତ୍ ସମ୍ମାନ ଦେବା ଆମର ଦାୟିତ୍ୱ । ତେଣୁ ସମସ୍ତେ ମିଳିମିଶି ଏହି କାର୍ଯ୍ୟକୁ ଆଗକୁ ନେବାକୁ ଅଭିଯାନ ପକ୍ଷରୁ ଆହ୍ୱାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ