ହାଇକୋର୍ଟ ବେଂଚ୍ ସ୍ଥାପନ ପାଇଁ ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଭୁବନେଶ୍ୱର କୋର୍ଟରେ ହାଇକୋର୍ଟ ବେଂଚ୍ ସ୍ଥାପନ ନେଇ ଆଜି ଓକିଲମାନେ ଆନ୍ଦୋଳନ କରିଛନ୍ତି । ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ କୋର୍ଟର ମୁଖ୍ୟ ଫାଟକ ନିକଟରେ ପ୍ରତିବାଦ କରି ଧାରଣା ଦେଇଥିଲେ । ଦିର୍ଘ ବର୍ଷ ହେଲା ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ପ୍ରତିମାସରେ ଏହି ଆନ୍ଦୋଳନ ହେଉଥିବା ବେଳେ କରୋନା ଯୋଗୁଁ ୨ବର୍ଷ ହେଲା ବନ୍ଦ ପରେ ପୁଣି ଏହି ଆନ୍ଦୋଳନ ମୁଣ୍ଡ ଟେକିଛି । ସବୁ ରାଜ୍ୟର ରାଜଧାନୀରେ ହାଇକୋର୍ଟ ରହିଥିବା ବେଳେ ଭୁବନେଶ୍ୱରରେ ଏହି ବେଂଚ୍ ସ୍ଥାପନ ହେଲେ ବହୁ ଆଇନଜୀବୀ ଓ ଜନସାଧାରଣ ଉପକୃତ ହେବେ । ଏହି ଶାନ୍ତି ପୂଣ୍ଣ ଧାରଣାରେ ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟ, ସଂଘର ସଭାପତି ନିର୍ମଳ କିଶୋର ରଥ, ଉପସଭାପତି ଦେବୀଦତ ବାରକ୍‌, ସମ୍ପାଦକ ରାଜ୍ କିଶୋର ଦାସ, ସଂଘଠନ ସମ୍ପାଦକ ଅଶୋକ ବଡ଼ପଣ୍ଡା, କୋଷାଧ୍ୟକ୍ଷ ଲିଙ୍ଗରାଜ ମହାରଣା, ପୂର୍ବତନ ସମ୍ପାଦକ ରାଜୀବ ରାଉତ, କାମଦେବ ତ୍ରିପାଠୀ, ପୂର୍ବତନ ଉପସଭାପତି ଭକ୍ତ ଦାସ, ଅଭିଜିତ୍ ମିଶ୍ର, ଲିଙ୍ଗରାଜ ସାହୁ, ବହୁ ବରିଷ୍ଠ ଓ ଯୁବ ଆଇନଜୀବୀମାନେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ