ଦୁଇଟି କାର ସହ ଗଞ୍ଜେଇ ଜବତ: ଚାରି ଜଣ ଗିରଫ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଗଞ୍ଜେଇ  ଚାଲାଣ ସମୟରେ ବାଲିଗୁଡା ପୋଲିସ ଦ୍ୱାରା ଚାରି ଜଣ ଗିରଫ ହେବା ସହ ଗଂଜେଇ ଓ ଦୁଇଟି କାରକୁ ଜବତ କରାଯାଇଛି । ସୁଚନାରୁ ପ୍ରକାଶ ଯେ ବାଲିଗୁଡା ପୋଲିସ ଥାନା ଅଧିକାରୀ ବାବା ଶଙ୍କର ସରାଫ ଓ ଅନ୍ୟ ପୋଲିସ ବାହିନୀ ପାଟ୍ରୋଲିଂ କରୁଥିବା ସମୟରେ ଦୁଇଟି କାର ରେ      ଗଂଜେଇ ଯାଉଥିବା ସନ୍ଦେହ କରି ସେହି ଦୁଇ ଗାଡିକୁ ପିଛା କରିବା ପରେ କାର ଦୁଇଟି କୁ ତନଖି କରିବା ବେଳେ ସେଥିରୁ  ୫୪କେଜି ୫୦୦ ଗ୍ରାମ ଗଞ୍ଜେଇ ବାହାରିଥିଲା । ଏହାପରେ କାର ନଂ. ଓଡି-୧୪- ସି-୯୪୮୦ ଏବଂ ଓଡି -୩୩-ୱାଇ-୦୩୬୦ ସହ ଗଞ୍ଜେଇ କୁ ଜବତ କରିଥିବା ବେଳେ ଏହି ଘଟଣା ରେ ସଂଶ୍ଲିଷ୍ଟ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳ ପଡା ଗ୍ରାମର ଅମରେନ୍ଦ୍ର ମଲ୍ଲିକ, ରାଜା ମଲ୍ଲିକ, ଦେବଦତ୍ତ ଦାସ, ପ୍ରକାଶ ଜେନା କୁ ଗିରଫ କରିଛନ୍ତି ଓ କେଶ ନଂ.୨୭୩/୨୧ ରେ ଏକ  ମାମଲା ରୁଜୁ କରି କୋର୍ଟ ଚାଲଣ କରଯାଇଥିବା ବିଷୟ ଆଇଆଇସି ବାବା ଶଙ୍କର ସରାଫ ପ୍ରକାଶ କରିଛନ୍ତି  ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ