ହାଇ ପ୍ରୋଫାଇଲ ଗଞ୍ଜେଇ ମାଫିଆ ଗିରଫ ଗଞ୍ଜେଇ ସହ ଦାମୀ କାର ଜବତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରୁ ଆନ୍ତଃ ରାଜ୍ୟକୁ ଗଂଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ, ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମାରୁ ଅନ୍ୟ ରାଜ୍ୟକୁ ଗଂଜେଇ ଚୋରା ଚାଲାଣ ହେଉଥିବା ଖବର ପାଇଥିଲା ବାଲିଗୁଡା ପୋଲିସ, ବାରଖମା ଫାଣ୍ଡି ଅଧିକାରୀ ବିକାଶ ଜlଲଙ୍କ ନେତୃତ୍ୱ ରେ ପୋଲିସ ସଦଳବଳେ ଗାଡି ନମ୍ବର – ଓଡ଼ି-୦୨-ଏସ-୧୯୯୯ କୁ -ଅଟକାଇ ୫୬ କିଲୋ ୫୦୦ ଶହ ଗ୍ରାମ ଗଂଜେଇ ସହିତ ଗାଡିକୁ ଜବତ କରିଛି, ଗିରଫ ହାଇପ୍ରୋଫାଇଲ ଗଞ୍ଜେଇ ମାଫିଆ ବାରଖମା ଗ୍ରାମର ଡ଼ି. ବ୍ରୋଶ ଆଲାମ ଓରଫ ରିପୁ ଡିଗାଲ ବୋଲି ଜଣା ପଡିଛି, ସୂଚନାଯୋଗ୍ୟ ଯେ ଦୀର୍ଘ ବର୍ଷ ହେବ ରିପୁ ଡିଗାଲ ଗଞ୍ଜେଇ ଚୋରା ଚାଲାଣ କଳା କାରନାମା ରେ ଲିପ୍ତ ଥିଲା, କିନ୍ତୁ ପୋଲିସ ଆଖିରେ ଧୁଳିଦେଇ ଖସି ଯାଉଥିଲା, ଏନେଇ ବାଲିଗୁଡା ଥାନାରେ କେଶ ନମ୍ବର ୧୪୦/୨୫ ପ୍ରକାରେ ଏକ ମାମଲା ରୁଜୁ ହୋଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ