ହାଟଡିହିରେ ବିଜେପିର ବିଧାନସଭା ସ୍ତରୀୟ ବୁଥ ସଶକ୍ତିକରଣ ଅଭିଯାନ କର୍ମଶାଳା

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବିଜେପି କାର୍ଯ୍ୟାଳୟ ଠାରେ ଆନନ୍ଦପୁରର ବିଜେପି ନେତା ଆଲୋକ ସେଠୀଙ୍କ ନେତୃତ୍ୱରେ ବିଧାନସଭା ସ୍ତରୀୟ ବୁଥ ଶସକ୍ତି କରଣ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଯୋଗଦେଇ ତୃଣମୁଳ ସ୍ତରରୁ ସଂଗଠନକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ଶୁକଦେବ ମହାନ୍ତ, ଜିଲ୍ଲା ବିସ୍ତାରକ ଲାଲାଜି ଦୋରା, ବରିଷ୍ଠନେତା ତଥା ନମାମି ଗଙ୍ଗେର ସଂଯୋଜକ ମହେଶ୍ୱର ସାହୁ, ଜିଲ୍ଲା ବୁଦ୍ଧିଜିବୀ ସେଲର ସଂଯୋଜକ ଶମ୍ବୁନାଥ ରାଉତ, ବରିଷ୍ଠ ନେତା ରାମଚନ୍ଦ୍ର ସାହୁ, ସୁମତୀ ଜେନା, ନିରାକାର ଦଳେଇ, ସନ୍ତୋଷ ଜେନା, ବାଇଧର ଚିନରା, ବିଜୟ ଜେନା, ସୁଶାନ୍ତ ଜେନା, ମଣ୍ଡଳ ସଭାପତି ହେମନ୍ତ ମହାନ୍ତ, ପ୍ରଶାନ୍ତ ମହାପାତ୍ର, ଶଶିକାନ୍ତ ରାଉତ, ହରମୋହନ ଶାସିନି, ବଳଭଦ୍ର ବାରିକ, ଟୁକୁନା ମହାନ୍ତ, ମଧୁସୁଦନ ରାଉତ, ପ୍ରେମାନନ୍ଦ ମିଶ୍ର, ରମାକାନ୍ତ ନାୟକ, ନାରାୟଣ ବାରିକ, ଦିପ୍ତୀ ଖୁଣ୍ଟିଆ, ସୁକାନ୍ତ ଜେନା, ପୟାନିଧି ଜେନା, ପ୍ରହଲାଦ ନାୟକ, ବିଶ୍ୱନାଥ ରାଉତ, ପ୍ରଶାନ୍ତ ରାଉତଙ୍କ ସମେତ ଶତାଧିକ ବିଜେପି କର୍ମୀ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ