ହାଟଡିହି ବ୍ଲକରେ ଭତା କେଳେଙ୍କାରୀ
ହାଟଡିହି,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲା ହାଟଡିହି ବ୍ଲକର ଭତ୍ତା କେଳେଙ୍କାରୀ ପଦାକୁ ଆସିଛି । ବହୁ କମ ବର୍ଷିୟ ମହିଳା ପୁରୁଷ ଭତ୍ତା ହାତେଇଥିବା ବେଳେ ବହୁ ମହିଳାଙ୍କର ସ୍ୱାମୀ ଥିଲେ ମଧ୍ୟ ବିଧବା ଭତ୍ତା ପାଉଥିବା ନେଇ ଚର୍ଚ୍ଚା ହେଉଛି । ଏଭଳି ଏକ ଉଦାହରଣ ମରୈଗାଁ ପଂଚାୟତର ତେନ୍ତୁଳିନଣ୍ଡାରେ ଜଣାପଡ଼ିଛି । ଏହି ଗ୍ରାମର ସ୍ୱାମୀ ସ୍ତ୍ରୀ ଭତ୍ତା ହାତେଇଥିବା ବେଳେ ଏବେ ସେହି ଲୋକମାନଙ୍କୁ ୫୦ରୁ ୫୫ ବର୍ଷ ହୋଇଛି । କିନ୍ତୁ ଜଣେ ୫୫ ବର୍ଷର ହୋଇ ୮୦ ବର୍ଷ ବୟସର ପାଉଥିବା ଭତ୍ତା ୭ଶହ ଟଙ୍କା ପାଉଥିବା ବେଳେ ଅନ୍ୟ ଜଣେ ଭିନ୍ନକ୍ଷମ ଦର୍ଶାଇ ଭତ୍ତା ଉଠାଉଛି । ଏଭଳି ବହୁ ହିତାଧିକାରୀ ସେହି ପଂଚାୟତରେ ରହିଛନ୍ତି । ଜଣାଯାଇଛି ଅତୁଲ ପହି(୫୫) ଭିନ୍ନକ୍ଷମ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଭତ୍ତା ପାଉଛନ୍ତି । ତାଙ୍କର କ୍ରମିକ ନଂ ୬୨, ଏକାଉଂଟ ନଂ ୩୭୪୨/୨୦୧୬/୧୭ । ସେ କିଭଳି ଭତ୍ତା ପାଇଲେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଭିନ୍ନକ୍ଷମ ସାର୍ଟିଫିକେଟ କେଉଁଠୁ ଆଣିବେ ତାକୁ ନେଇ ଏବେ ସନ୍ଦେହ ସୃଷ୍ଟି କରାଯାଇଛି । ସେହିପରି ତାଙ୍କ ସ୍ତ୍ରୀ ମଞ୍ୁଲତା ପହି ବୟସ ୫୦ରୁ ୫୨ ଭିତରେ କିନ୍ତୁ ଏବେ ସେ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି । ତାଙ୍କର କ୍ରମିକ ନଂ ୧୩, ଏକାଉଂଟ ନଂ ୨୪୦୮/୨୦୦୮ । ତେଣୁ ତାଙ୍କର ବୟସ ଏବେ ୫୦ ରୁ ୫୨ ହୋଇଥିବା ବେଳେ ୨୦୦୮ ମସିହାରୁ ଭତ୍ତା ପାଉଛନ୍ତି । ତେଣୁ ସେ ସମୟରେ ତାଙ୍କର ବୟସ ୪୦ ବର୍ଷରୁ ଭତ୍ତା ପାଇବା ଅରମ୍ଭ କରିଛନ୍ତି । ସରକାର ଭତ୍ତା ପାଇଁ ଏବେ ୫ଶହ ଟଙ୍କା କରିଥିବା ବେଳେ ୮୦ ବର୍ଷରୁ ଉଦ୍ଧ୍ୱର୍ ହିତାଧିକାରୀଙ୍କ ପାଇଁ ୭ଶହ କରାଯାଇଛି । କିନ୍ତୁ ଏହି ମହିଳା ଜଣଙ୍କ ଏବେ ୭ଶହ ଟଙ୍କା ଭତ୍ତା ପାଉଛନ୍ତି । ଏହାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ବିଭାଗର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହିପରି ସେହି ପଂଚାୟତର ବର୍ଦ୍ଧନପୁର ଗ୍ରାମର ଗୌରହରି ରାଉତଙ୍କ ସ୍ତ୍ରୀ ମିନତୀ(୫୬) ୨୦୧୧ ମସିହାରୁ ମଧୁବାକୁ ଯୋଜନାରେ ଭତ୍ତା ପାଉଛନ୍ତି । ତାଙ୍କର ବୟସ ଏବେ ୫୬ ହୋଇଥିବା ବେଳେ ସେ ୨୦୧୧ରେ ଭତ୍ତା ପାଇଥିବାରୁ ତେଣୁ ସେ ୪୮ବର୍ଷ ବୟସରୁ ଭତ୍ତା ପାଉଛନ୍ତି । ତେଣୁ ଏହିଭଳି ବହୁ ପଂଚାୟତରେ ଥିବା ବେଳେ ଏହି ପଂଚାୟତରେ ମଧ୍ୟ ବହୁ ଅନମିୟତା ହୋଇଥିବା ଜଣାଯାଇଛି । ଏ ସମ୍ପର୍କରେ ବିଡ଼ିଓଙ୍କୁ ଯୋଗାଯୋଗ କରିବାରୁ ଏସବୁ ଭତ୍ତା ବହୁ ପୁରୁଣା ମୁଁ ଏବେ ଆସିଛି ସେଥିପାଇଁ ସବୁ ପଂଚାୟତର ଭତ୍ତାକୁ ଠିକ ଭାବରେ ହିତାଧିକାରୀ ପାଉଛନ୍ତି କି ନାହିଁ । ଯେଉଁ ହିତାଧିକାରୀ ପାଉଛନ୍ତି ସେମାନଙ୍କର ସଠିକ ବୟସ । ଯେଉଁମାନେ ବିଧବା ଭତ୍ତା ପାଉଛନ୍ତି ସେମାନଙ୍କର ସ୍ୱାମୀ ମରିଛି ବୋଲି ଅଙ୍ଗନୱାଡ଼ି କିମ୍ବା ମେଡ଼ିକାଲରୁ ମୃତ୍ୟୁ ସାର୍ଟିଫିକେଟ, ଯେଉଁମାନେ ଭିନ୍ନକ୍ଷମ ଯୋଜନା ଅନ୍ତର୍ଭୁକ୍ତ ହୋଇଛନ୍ତି ସେମାନଙ୍କ ସାର୍ଟିଫିକେଟ ଠିକ ଅଛିକି ନାହିଁ ସେ ବିଷୟରେ ସରପଂଚ ଓ ପିଇଓ ମାନଙ୍କୁ ସୂଚନା ଦିଆଯାଇଛି । ଏ ମାସ ଭିତରେ ରିପୋର୍ଟ ଦେଲେ ତାହା ଜଣାପଡ଼ିବ ବୋଲି କହିଥିଲେ, ଏବଂ ଏ ସମ୍ପର୍କରେ ପଦକ୍ଷେପ ନେବେ ବୋଲି କହିଥିଲେ ।


