ହାତିଓଟ ଉଚ୍ଚ ବିଦ୍ୟାଳୟ ରେ ଅମୃତ ମହୋତ୍ସବ ପାଳିତ
ପୋଲସରା, (ଅନିଲ କୁମାର ମହାରଣା):ଆମ ଦେଶର ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ପାଳନ ହେଉଥିବା ଅମୃତ ମହୋତ୍ସବ ଉପଲକ୍ଷେ ଅଗଷ୍ଟ ୧୩ ତାରିଖ ଦିନ ହାତୀଓଟ ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ଏକ ସଭାର ଆୟୋଜନ ହୋଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମା ଶଙ୍କର ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପୋଲସରା ଓକିଲ ସଂଘର ସଭାପତି ସୁଶାନ୍ତ କୁମାର ସାହୁ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୂଖ୍ୟ ବକ୍ତା ଭାବେ ଶିକ୍ଷାବିତ ମୁରଲୀଧର ନନ୍ଦ ଓ ସମ୍ମାନିତ ଅତିଥି ଭାବେ ସିଆରସିସି ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ, ଏସଏମସି ସଭାପତି ପ୍ରଶନ କୁମାର ସାହୁ ଓ ସମାଜସେବୀ ମୃତ୍ୟୁଞ୍ଜୟ ପଟ୍ଟନାୟକ ଯୋଗ ଦେଇ ସ୍ୱାଧୀନତା ସଂଗ୍ରାମର ଇତିହାସ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନୀଳାଚଳ ପ୍ରଧାନ , ନାରାୟଣ ସାହୁ, ଉତ୍ତମ କୁମାର ସାହୁ, ୱାର୍ଡ ସଭ୍ୟ, ଶିକ୍ଷକ ଶିକ୍ଷୟିତ୍ରୀ, ପୂର୍ବତନ ଛାତ୍ର ଓ ଛାତ୍ରଛାତ୍ରୀ ବୃନ୍ଦ ଉପସ୍ଥିତ ଥିଲେ। ଶେଷରେ ଶିକ୍ଷକ ନିରାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।


