ହାତୀଓଟ ନୋଡାଲ ହାଇସ୍କୁଲରେ ବ୍ଲକ ସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର

ପୋଲସରା, (ଅନିଲ କୁମାର ମହାରଣା) : ପୋଲସରା ବ୍ଲକ ହାତୀଓଟ ନୋଡାଲ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ସେପ୍ଟେମ୍ବର ୨୩ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଉମାଶଙ୍କର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ହାତୀଓଟ ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରିନ୍ସପାଲ ତ୍ରିଲୋଚନ ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ l ଆୟୋଜିତ କାର୍ଯ୍ୟକ୍ରମକୁ ହାତୀଓଟ ହାଇ ସ୍କୁଲ ବିଜ୍ଞାନ ଶିକ୍ଷକ ନିରାନନ୍ଦ ସାହୁ ପରିଚାଳନା କରିଥିବା ବେଳେ ଗଣିତ ଶିକ୍ଷକ ଶଙ୍କର ପ୍ରଧାନ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଗାଇଡ ଶିକ୍ଷକ/ଶିକ୍ଷୟିତ୍ରୀ ସହ ୨୨ ଜଣ ଛାତ୍ରଛାତ୍ରୀ ଏହି ବିଜ୍ଞାନ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ଆଲୋଚ୍ୟ ବିଷୟ କୃତ୍ରିମ ବୁଦ୍ଧିଶକ୍ତି ଉପରେ ସନ୍ଦର୍ଭ ପଠନ କରି ଆଲୋଚନା କରିଥିଲେ। ବିଚାରକ ଭାବେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ଅଧ୍ୟାପିକା ଲିପ୍ସାରାଣୀ ପାତ୍ର, ଗଣିତ ଅଧ୍ୟାପିକା ସୁମିତା ରାଉତ, ଆଂଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପିକା ସାରଦା କ଼ୁମାରୀ ପାତ୍ର ଓ ରସାୟନ ବିଜ୍ଞାନ ଅଧ୍ୟାପିକା କେ.ଶ୍ରୀଦେବୀ ପାତ୍ର ଯୋଗ ଦେଇଥିଲେ। ଏଥିରେ ହାତୀଓଟ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଦୀପାଞ୍ଜଳୀ କ଼ୁମାରୀ ପ୍ରଥମ, କେନ୍ଦୁବାଡି ଶ୍ରୀ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟର ଛାତ୍ର ସୀମ୍ରନ ଭୂୟାଁ ଦ୍ଵିତୀୟ ଓ ଭାଟଖାଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ରୂପଶ୍ରୀ ସ୍ୱାଇଁ ତୃତୀୟ ସ୍ଥାନ ଅଧିକାର କରିଥିଲେ l ପ୍ରଥମ ସ୍ଥାନ ଅଧିକାର କରିଥିବା ହାତୀଓଟ ଓଡିଶା ଆଦର୍ଶ ବିଦ୍ୟାଳୟର ଦୀପାଞ୍ଜଳୀ କ଼ୁମାରୀ ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ରକୁ ମନୋନୀତ ହୋଇଛନ୍ତି। ପ୍ରତିଯୋଗିତା ଶେଷରେ କୃତି ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଶିକ୍ଷକ ଶଙ୍କର ପ୍ରଧାନ, ଶୁଭକାନ୍ତ ସାହୁ, ରମେଶ ଚନ୍ଦ୍ର ସ୍ୱାଇଁ, ସିମାଞ୍ଚଳ ସାହୁ, ସମୀର କୁମାର ଦଳାଇ, ଗଣପତି ସାହୁ, ସୁଶାନ୍ତ କୁମାର ସ୍ବାଇଁ, ଶିକ୍ଷୟିତ୍ରୀ ସବିତା ରାଉତ, ସୁନୀତା କ଼ୁମାରୀ ବଡ଼ଜେନା ଓ କର୍ମଚାରୀ ଦୀପକ ପ୍ରଧାନ ସହଯୋଗ କରିଥିଲେ। ଶେଷରେ ବିଜ୍ଞାନ ଶିକ୍ଷକ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ