ହିଞ୍ଜିଳିକାଟୁ ପ୍ରେସକ୍ଳବ ପକ୍ଷରୁ ରାଜ୍ୟ ସରକାରଙ୍କ କୃତଜ୍ଞତା ଜ୍ଞାପନ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ମହାମାରୀ କରୋନା ଭୁତାଣୁ ସଂକ୍ରମଣ ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଛି । କରୋନାକୁ ନେଇ ଚାରିଆଡ଼େ ଆତଙ୍କ ଖେଳିଯାଇଛି । ମହାମାରୀ କରୋନା ସୟମରେ ବିନା ସ୍ୱାର୍ଥରେ ନିଜ ଜୀବନକୁ ବାଜି ଲଗାଇ ଖବର ସଂଗ୍ରହ କରୁଥିବା ସମୟରେ କରୋନାରେ ସଂକ୍ରମିତ ହୋଇଥିଲେ ଦୈନିକ ଓଡ଼ିଆ ଖବରକାଗଜର ହିଞ୍ଜିଳିକାଟୁ ପ୍ରତିନିଧି ତଥା ହିଞ୍ଜିଳିକାଟୁ ପ୍ରେସକ୍ଳବ ସଭାପତି ପ୍ରିୟଦର୍ଶୀ ପଟ୍ଟନାୟକ । ଗତ ୩୦ ତାରିଖରେ ତାଙ୍କରୀ ସ୍ୱାବପରୀକ୍ଷା କରାଯାଇଥିଲା । ରିପୋର୍ଟ ପଜିଟିଭ ଜଣାପଡ଼ିବା ପରେ ୧ ତାରିଖରେ ପ୍ରଥମେ ହିଞ୍ଜିଳିକାଟୁ କୋଭିଡ଼-୧୯, ପରେ ଟାଟା କେିଭଡ଼ ହସପିଟାଲ, ଶୀତଳାପଲ୍ଲୀରେ ଚିକିତ୍ସିତ ହୋଇଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାର ଅଧିକ ଚିକିତ୍ସା ସକାଶେ ଭୂବନେଶ୍ୱର ଏକ ଘରୋଇ କୋଭିଡ଼ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଚିକିତ୍ସାଧିନ ସମୟରେ ଗତ ୧୧ ତାରିଖରେ ମୃତ୍ୟୁ ଘଟିଥିଲା । ମୃତ ସାମ୍ବାଦିକଙ୍କୁ କରୋନା ଯୋଦ୍ଧାର ମାନ୍ୟତା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ୧୫ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରିବାକୁ ରାଜ୍ୟ ସମେତ ଜିଲ୍ଲାର ବିଭିନ୍ନ ସାମ୍ବାଦିକ ସଂଘ ପକ୍ଷରୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ସେହିପରି ଗଜପତି ଜିଲ୍ଲାର ଜୈନିକ ସାମ୍ବାଦିକ କେ, ସିଏଚ.ରତନମ୍ ମଧ୍ୟ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିଥିଲେ । ତେବେ ଗୁରୁବାର ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତ ୨ ସାମ୍ବାଦିକଙ୍କ ପରିବାର ବର୍ଗଙ୍କୁ ଘୋଷିତ ୧୫ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରିବା ନେଇ ଟ୍ୱିଟ୍ କରି ଜଣାଇବା ପରେ ହିଞ୍ଜିଳିକାଟୁ ପ୍ରେସକ୍ଳବ ପକ୍ଷରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ତେବେ ମୃତ ସାମ୍ବାଦିକଙ୍କୁ କରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ ନେଇ ପ୍ରେସକ୍ଳବ ସମ୍ପାଦକ ଦ୍ୱୀତିକୃଷ୍ଣ ପଣ୍ଡା, ସାମ୍ବାଦିକ ଶେଷଦେବ ସାହୁ, ବିଶ୍ୱମ୍ବର ସାହୁ, ବିଭୁ ପ୍ରସାଦ ପଣ୍ଡା, ପ୍ୟାରୀମୋହନ ପାଢି, ଦ୍ୱିତୀକୃଷ୍ଣ ସାବତ, ଲଳିତ ମୋହନ ପୋଲାଇ, ପ୍ରିୟବ୍ରତ ପଣ୍ଡା, ରଜନିକାନ୍ତ ପାତ୍ର, କୌଳାଶପତି ଦାଶ ପ୍ରମୁଖ ଦାବି ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ