ସୁନା ବ୍ୟବସାୟୀ ଓ ଫାଇନାନ୍ସ କମ୍ପାନୀ ସଂସ୍ଥା କର୍ତ୍ତୃପକ୍ଷଙ୍କୁ ନେଇ ଛତ୍ରପୁର ପକ୍ଷରୁ ସଚେତନତା 

ଛତ୍ରପୁର,(ଦେବଦତ୍ତ ମହାରଣା) : ବିଭିନ୍ନ ସମୟରେ ସତର୍କତାହୀନ ଏବଂ ଅବହେଳା ଲାଗି ସୁନା ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ଛୋଟବଡ ଫାଇନାନ୍ସ କମ୍ପାନୀମାନେ ହରଡଗଣାରେ ପଡି ଲକ୍ଷାଧିକ ଟଙ୍କା ଲୁଟ୍‌ର ଶିକାର ହେବାକୁ ପଡୁଛି । ଏଣୁ ସେମାନଙ୍କୁ ସୁରକ୍ଷିତ ରହି ନିଜର ବ୍ୟବସାୟ ଏବଂ ଫାଇନାନ୍ସ ସଂସ୍ଥା ଗୁଡିକ ସୁରୁଖୁରରେ କାର୍ଯ୍ୟକ୍ଷମ ଲାଗି ଆଜି ସ୍ଥାନୀୟ ଥାନା ଅଭିଯୋଗ ପ୍ରକୋଷ୍ଠରେ ଆୟୋଜିତ ଏକ ବୈଠକରେ ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟ ସଚେତନତା ସହ ପରାମର୍ଶ ଦେଇଛନ୍ତି । ସୁନା ବ୍ୟବସାୟୀ ଓ ଫାଇନାନ୍ସ ସଂସ୍ଥାମାନେ ସିସି କ୍ୟାମେରା ରଖିବା ସହ ଡିବିଆର୍ ହାର୍ଡ ଡିସ୍କକୁ କେମିତି ସୁରକ୍ଷିତ ରହିବ ସେ ଦିଗରେ ସଚେତନତା କରାଯାଇଛି । ଫାଇନାନ୍ସ ସଂସ୍ଥା ହେଉ କିମ୍ବା ସୁନା ବ୍ୟବସାୟୀମାନେ ବିଭିନ୍ନ ସମୟରେ ଅସୁରକ୍ଷିତ ମନେ କରନ୍ତି କିମ୍ବା କୌଣସି ବ୍ୟକ୍ତିଙ୍କୁ ସନ୍ଦେହ କରନ୍ତି ତେବେ ତୁରନ୍ତ ପୁଲିସକୁ ଜଣାଇବାକୁ ଥାନା ଅଧିକାରୀ କହିଛନ୍ତି । ଥାନାର କର୍ମଚାରୀଙ୍କ ନମ୍ବର ସୁନାବ୍ୟବସାୟୀ ଏବଂ ଫାଇନାନ୍ସ ସଂସ୍ଥାର କର୍ମଚାରୀମାନେ ରଖିବା ସହ ପ୍ରତ୍ୟେକ ସମୟରେ ଥାନା ସହ ଯୋଗାଯୋଗ ରଖିବାକୁ କୁହାଯାଇଛି । ସୁନା ଦୋକାନୀ ମାନେ ଗଚ୍ଛିତ ସୁନା ଗୁଡିକୁ ବନ୍ଦ କରିବା ସମୟରେ ଲକର ରେ ରଖିବାକୁ ମଧ୍ୟ କୁହାଯାଇଛି । ଫାଇନାନ୍ସ ସଂସ୍ଥାର କର୍ମଚାରୀ ମାନେ ବିଭିନ୍ନ ସ୍ଥାନ ଯାଇ କୁ ଟଙ୍କା କଲେକ୍ସସନ କରୁଛନ୍ତି ତାହାକୁ ବନ୍ଦ କରି କେସଲେସ୍ କରିବାକୁ କୁହାଯାଇଛି । ଏହି ବୈଠକରେ ସହରର ୧୯ଟି ସୁନାବ୍ୟବସାୟୀ ଦୋକାନର ମାଲିକ ଏବଂ ୧୩ଟି ଫାଇନାନ୍ସ ସଂସ୍ଥାର ମୁଖିଆମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ