୫ ଦିନିଆ ସଟଡ଼ାଉନର ପ୍ରଥମ ଦିବସ  ହିଞ୍ଜିଳି ସହର 

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): କରୋନା ସ୍ଥିତି ଗଞ୍ଜାମ ଜିଲ୍ଲାରେ ସଙ୍ଗୀନ ହୋଇପଡ଼ିଛି । ଗୋଷ୍ଠୀ ସଂକ୍ରମଣକୁ ପ୍ରତିହିତ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ୯ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ୫ ଦିନ ସକାଶେ ଗଞ୍ଜାମ ଜିଲ୍ଲାକୁ ସମ୍ପୁର୍ଣ୍ଣ ସଟଡ଼ାଉନ ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ପୂର୍ବରୁ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯାଇଥିବା ହିଞ୍ଜିଳିକାଟୁ ପୌରାଂଚଳ ୫ ଦିନିଆ ସଟଡ଼ାଉନର ପ୍ରଥମ ଦିବସ ଗୁରୁବାର ସାରା ସହର ଖାଁ ଖାଁ ଲାଗୁଥିଲା । ପ୍ରଶାସନର ସମସ୍ତ କଟକଣା ଓ ନୀତି ନିୟମକୁ ପାଳନ କରିବାକୁ ଯାଇ ପୌରାଂଚଳବାସୀ ଘର ମଧ୍ୟରେ ହିଁ ସୁରକ୍ଷିତ ଭାବେ ରହିଥିବାର ଦେଖିବାକୁ ମିଳିଥିଲା । ସ୍ଥାନୀୟ ପୌରାଂଚଳରେ ବହୁ ଔଷଧ ଦୋକାନ ରହିଥିଲେ ମଧ୍ୟ ଗୁରୁବାର କେବଳ ୨ଟି ଔଷଧ ଦୋକାନ ଖୋଲାଥିବାର ଦେଖିବାକୁ ମିଳିଥିଲା । ଥାନା ଏସଆଇ ବାସୁଦେବ ଭୋଇଙ୍କ ତତ୍ୱାବଧାନରେ ୩ଟି ଟିମ୍ ଗଠନ କରାଯାଇ ସହରର ବିଭିନ୍ନ ସ୍ଥାନରେ ଯାନବାହାନ ଚେକିଂ କରାଯାଇଥିଲା । ତହସିଲଦାର ଗୋପିନାଥ କୁଅଁର ଓ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳ ବୁଲି ସ୍ଥିତି ପରଖିଥିଲେ । ଅନ୍ୟପକ୍ଷରେ ଗତ ୨ ଦିନ ମଧ୍ୟରେ ହିଞ୍ଜିଳିକାଟୁ ପୌରାଂଚଳର ୨ ବ୍ୟକ୍ତ ଜ୍ୱରରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବାରୁ ସହରବାସୀଙ୍କ ମଧ୍ୟରେ କରୋନା ଭୟ ଲାଗି ରହିଥିଲା । ଏପରି ସ୍ଥଳେ ଲୋକେ ଘରୁ ବାହାରକୁ ବାହାରି ପାଇଁ ନିଜେ ଉଚିତ ମଣିନଥିବା ଚର୍ଚ୍ଚା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ