ଲକ୍ ଡାଉନ୍ରୁ ବାଦ୍ ପଡ଼ିଲା ମତ୍ସ୍ୟଚାଷ
ନୂଆଦିଲ୍ଲୀ : ଏଣିକି ମାଛ ଧରିବାକୁ ଯାଇପାରିବେ ମତ୍ସ୍ୟଜୀବୀ। ଲକ୍ଡାଉନ୍ କଟକଣାରୁ ବାଦ୍ ପଡ଼ିଛି ମତ୍ସ୍ୟ ଚାଷ। ମତ୍ସ୍ୟଚାଷୀମାନେ ମାଛ ମାଛ ଚାଷ କରିବା ସହ ବେପାରୀମାନେ ବଜାରରେ ମାଛ ବିକ୍ରି କରିପାରିବେ ବୋଲି ସୂଚନା ରହିଛି । ଚିଙ୍ଗୁଡି ଚାଷ, ମାଛ ଅମଳ ଓ ମାଛ ଫ୍ୟାକ୍ଟ୍ରି ପରିଚାଳନା କାମ ହୋଇପାରିବ ବୋଲି ସୂଚନା ଦିଆଯାଇଛି । ସେହିପରି ସମସ୍ତ ମତ୍ସ୍ୟଜାତୀୟ ସାମଗ୍ରୀ ବିକ୍ରି ଉପରେ କୌଣସି କଟକଣା ନାହିଁ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି। ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସଂଶୋଧିତ ଗାଇଡ୍ ଲାଇନ୍ ଅନୁସାରେ ଏବେ ମତ୍ସ୍ୟ ଚାଷକୁ ଲକ୍ ଡାଉନ୍ରୁ ବାଦ ଦିଆଯାଇଛି। ମତ୍ସ୍ୟ ଶିଳ୍ପ ସହ ସମ୍ପୃକ୍ତ କର୍ମଚାରୀଙ୍କ କାର୍ଯ୍ୟ ସ୍ବାଭାବିକ ରହିବ। ତେବେ ଏହି କାର୍ଯ୍ୟ ଚାଲିବାବେଳେ ସାମାଜିକ ଦୂରତ୍ବ ରକ୍ଷା କରିବା ଜରୁରୀ ବୋଲି ସୂଚନା ଦିଆଯାଇଛି ।


