ହେଲ୍ପମେଟ୍ ପକ୍ଷରୁ ରକ୍ତଦାନ ଶିବିର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ହେଲ୍ପମେଟ୍’ ପକ୍ଷରୁ ୱାର୍ଡ଼ ନଂ. ୪୩ରେ ପୁଷ୍ପକ ହୋଟେଲ, କମିଶନରେଟ୍ ପୋଲିସ୍ ଓ ଏଚ୍ଡିଏଫ୍ସି ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ପୁଷ୍ପକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରଟି ହେଲ୍ପମେଟ୍ର ସଦସ୍ୟା, ସମାଜସେବୀ ଓ ଲେଖିକା ସ୍ୱର୍ଗତ ମିନତୀ ବେହେରାଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ଏହାକୁ ଏ.ସି.ପି. ଲଳିତେନ୍ଦୁ ମହାନ୍ତି, ହୋଟେଲର ଏମ୍.ଡି. ଜିତେସ୍ ଗରାବଡ଼ୁ, ଅବିନାଶ ଗନ୍ତାୟତ, ବିକାଶ କୁମାର ତରାଇ ଓ ହେଲ୍ପମେଟ୍ର ଉପସଭାପତି ନିହାରିକା ପଟ୍ଟନାୟକ, ସମ୍ପାଦିକା ନିବେଦିତା ଭଞ୍ଜ, ଉପଦେଷ୍ଟା ଡଃ ସୁଚେତା ରାଉତ, ସୁଶିଲ କୁମାର ପଟ୍ଟନାୟକଙ୍କର ଉପସ୍ଥିତିରେ ଶିବିରଟି ଉଦ୍ଘାଟନ ହୋଇଥିଲା । ଏହି ଶିବିରରେ ମୋଟ ୪୪ ୟୁନିଟ୍ ରକ୍ତ ସଂଗ୍ରହ ହେବା ସହ “ମହତ୍ ସେବା ସମ୍ମାନ – ୨୦୨୨”ରେ ଶ୍ରୀମତୀ ଚମକ୍ ଚାନ୍ଦିନୀ ଦାଶଙ୍କୁ ସମ୍ମାନିତ କରାଯାଇଛି । ଅନୁଷ୍ଠାନର ସଦସ୍ୟା ସୁଧା ପଟ୍ଟନାୟକ, ଜୟଶ୍ରୀ ପଟ୍ଟନାୟକ, ସବିତା ଶତପଥୀ, ମଞ୍ଜୁଲତା ମହାନ୍ତିଙ୍କ ସହ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ରକ୍ତଦାତାମାନଙ୍କର ଦାୟିତ୍ୱ ନେଇ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ।


