ୟୁପିରେ ସୁରକ୍ଷା କଡ଼ାକଡ଼ି, ଛୁଟି ରଦ୍ଦ

ଲକ୍ଷେ୍ନø/ଅଯୋଧ୍ୟା : ଅଯୋଧ୍ୟା ବିବାଦ ମାମଲାରେ ଆଜି ସୁପ୍ରିମ୍ କୋର୍ଟରେ ଶୁଣାଣି ଶେଷ ହେବା ସହ ସମଗ୍ର ଉତ୍ତର ପ୍ରଦେଶରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ଅଯୋଧ୍ୟାରେ ଧାରା ୧୪୪ ବଳବତ୍ତର ରହିଛି । ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ସମସ୍ତ ପୁଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କ ଛୁଟି ରଦ୍ଦ କରିଛନ୍ତି । ସମସ୍ତ ଅଫିସର ନିଜ ନିଜ ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ ଏହି ନିର୍ଦ୍ଦେଶରେ କୁହାଯାଇଛି । ଅଯୋଧ୍ୟା ରାୟ ନଭେମ୍ବର ୧୭ ସୁଦ୍ଧା ଆସିବାକୁ ଥିବାରୁ ସୁରକ୍ଷା ଦୃଷ୍ଟିରୁ ସରକାର ଏଭଳି ଆଗୁଆ ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି । ଅଯୋଧ୍ୟା ମାମଲାରେ ରାମ ଜନ୍ମଭୂମି ନ୍ୟାସର ବରିଷ୍ଠ କାର୍ଯ୍ୟକର୍ତ୍ତା ରାମ ବିଳାସ ବେଦାନ୍ତ କହିଛନ୍ତି ଯେ ରାମଲଲାଙ୍କ ବିଜୟ ହୋଇସାରିଛି ଏବଂ ଅଯୋଧ୍ୟାରେ ଏକ ଭବ୍ୟ ମନ୍ଦିର ନିର୍ମାଣ ଦିଗରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ସେ ଆଶ୍ୱସ୍ତ ଅଛନ୍ତି । ଭାରତର ସମ୍ବିଧାନ ଉପରେ ଦେଶବାସୀଙ୍କ ପୂର୍ଣ୍ଣ ଭରସା ରହିଛି ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ