ଈପସିତାଙ୍କୁ ମିସ୍ ଇଣ୍ଡିଆ ଚାର୍ମିଂ ଫେସ୍ ଇଣ୍ଟରନାସନାଲ୍ ମୁକୁଟ
ଭୁବନେଶ୍ୱର : ବିୟୁଟି ପିଜାଣ୍ଟ୍ ମିଷ୍ଟର ଓ ମିସ୍ ଚାର୍ମିଂ ଫେସରେ ଓଡ଼ିଶାରୁ ଅଂଶଗ୍ରହଣ କରିଥିବା ୩ ଝିଅ ମୁକୁଟ ବିଜେତା ହୋଇଛନ୍ତି । ଈପସିତା ଦାସ ମିସ୍ ଇଣ୍ଡିଆ ଚାର୍ମିଂ ଫେସ୍ ଇଣ୍ଟରନାସନାଲ୍ ମୁକୁଟ ଜିତିଥିବା ବେଳେ ଜାହ୍ନବୀ ପାଠକ ମିସ୍ ଇଣ୍ଡିଆ ଚାର୍ମିଂ ଫେସ୍ ଗ୍ଲୋବାଲ୍ ୟୁନିଭର୍ସ ସମ୍ମାନ ଲାଭ କରିଛନ୍ତି । ଏନ୍ ନିରଂଜନା ମିସ୍ ଇଣ୍ଡିଆ ଚାର୍ମିଂ ଫେସ୍ ଟୁରିଜିମ୍ ଆମ୍ବାସଡର ୱାର୍ଡରେ ରନର୍ସ ଅପ୍ ହୋଇଛନ୍ତି । ରାଜସ୍ଥାନ ଜୟପୁରର ଏକ ହୋଟେଲରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏଥିସହ ଈପ୍ସିତା ମିସ୍ ପପୁଲାରିଟି, ଜାହ୍ନବୀ ମିସ୍ ଫଟୋଜେନିକ୍ ଓ ଏନ୍ ନିରଂଜନା ମିସ୍ ପର୍ସନାଲିଟି ସମ୍ମାନ ଲାଭ କରିଛନ୍ତି । ରାଜେଶ ରଂଜନ ମହାନ୍ତିଙ୍କୁ ମଧ୍ୟ ଶ୍ରେଷ୍ଠ ରାଜ୍ୟ ନିର୍ଦେଶକ ଭାବେ ଟ୍ରଫି ସହ ସମ୍ମାନିତ କରାଯାଇଛି । ସମଗ୍ର ଦେଶରୁ ୨୪ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ପ୍ରତିଭା ପ୍ରଦର୍ଶନ କରିଥିଲେ । ସେମାନଙ୍କ ମଧ୍ୟରୁ ୬ଜଣ ବିଜେତା ହୋଇଥିଲେ । କିଛି ଦିନ ପୂର୍ବରୁ ୩୫୩ ଜଣ ପ୍ରତିଯୋଗୀ ନାମ ପଂଜୀକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୫୦ ଜଣ, ଦ୍ୱିତୀୟ ପର୍ଯ୍ୟାୟରେ ୧୨ ଜଣ, ତୃତୀୟ ପର୍ଯ୍ୟାୟରେ ୫ ଜଣ ଓ ଶେଷ ପର୍ଯ୍ୟାୟରେ ୩ଜଣ ଓଡ଼ିଶାରୁ ଉକ୍ତ କାର୍ଯ୍ୟକ୍ରମରେ ପ୍ରତିନିଧିତ୍ୱ କରିଥିଲେ ।


