ୟୁପି: ଟ୍ରେନ୍ରେ କଟି ୪ ଯୁବକ ମୃତ

ଇଟାୱା(ଏଜେନ୍ସି): ଉତ୍ତରପ୍ରଦେଶ ଇଟାୱା ଜିଲ୍ଲାର ବାଲରାଇ ରେଳ ଷ୍ଟେସନରେ ସୋମବାର ଟ୍ରେନରେ କଟି ୪ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ସମ୍ପର୍କରେ ସୂଚନା ମିଳିଛି । ଦୁର୍ଘଟଣା ପରେ ରେଳ ଷ୍ଟେସନଟି କାନ୍ଦବୋବାଳିରେ ଫାଟି ପଡିଥିଲା । ଲୋକେ ଏଣେତେଣେ ଦୌଡୁଥିବାର ଦେଖିବାକୁ ମିଳିଥିଲା । ଖବର ପାଇ ରେଳ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ôଚଥିଲେ । ସୂଚନା ଅନୁସାରେ ୪ଜଣ ଯୁବକ ଟ୍ରେନ୍ ଯୋଗେ କାନପୁରରୁ ସୁରଟ ଯାଉଥିଲେ । ସାଧାରଣ ବଗି ଟିକେଟ ନେଇ ସେମାନେ ଦ୍ୱିତୀୟ ଶ୍ରେଣୀ ବଗିରେ ଯାତ୍ରା କରୁଥିଲେ । ବାଟରେ ଟିଟିଇ ସେମାନଙ୍କୁ ୫୦୦ ଟଙ୍କା ଜରିମାନା ମାଗିଥିଲା । ଫଳରେ ବାଲରାଇ ରେଳ ଷ୍ଟେସନ ନିକଟରେ ସେମାନେ ପ୍ଲାଟଫର୍ମରେ ନଓହ୍ଲାଇ ଅନ୍ୟପଟ ରେଳ ଧାରଣରେ ଓହ୍ଲାଇ ପଡ଼ିଥିଲେ । ତେବେ ସେହି ଧାରଣାରେ ଆସୁଥିବା ରାଜଧାନୀ ଏକ୍ସପ୍ରେସ୍ ସେମାନଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ସମସ୍ତେ ଆଖି ବୁଜିଥିଲେ । ମୃତ ଯୁବକଙ୍କ ବୟସ ୨୦ରୁ ୨୨ ବର୍ଷ ମଧ୍ୟରେ ହେବ ବୋଲି କୁହାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ