୧୦୦ ପାଇପର୍ସ ପକ୍ଷରୁ ଭୁବନେଶ୍ୱରରେ ‘ପ୍ଲେ ଫର୍ ଏ କଜ୍’ କାର୍ଯ୍ୟକ୍ରମ
ଭୁବନେଶ୍ୱର- ସିଗ୍ରାମ ୧୦୦ ପାଇପର୍ସ ପକ୍ଷରୁ ଭୁବନେଶ୍ୱରରେ ‘ପ୍ଲେ ଫର୍ ଏ କଜ୍’ ମ୍ୟୁଜିକାଲ କାର୍ଯ୍ୟକ୍ରମ ଭୁବନେଶ୍ୱରରେ ୨୦୧୯ ନଭେମ୍ବର ୨୯ରେ ଅନୁଷ୍ଠିତ ହେବ । ଗୋଟିଏ ଦିନରେ ଦେଶର ୨୭ଟି ସହରରେ ୧୫ଟି ବିଭିନ୍ନ କ୍ଷେତ୍ରରେ ସଚେତନତା ସୃଷ୍ଟି ପାଇଁ ଏହା ସମ୍ପନ୍ନ କରାଯିବ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମ୍ୟୁଜିକାଲ୍ ବ୍ୟାଣ୍ଡ୍ ମଧ୍ୟରେ ପରିକ୍ରମା, ଦିଲ୍ଲୀ ଇଣ୍ଡେ ପ୍ରୋଜେକ୍ଟ, ଇନ୍ଦସ୍ କ୍ରିଡ୍, ଦି ଲୋକାଲ ଟ୍ରେନ୍, ଉଷା ଉଥୁପ୍, ହରି ସୁଖମଣୀ ଏବଂ ଅଙ୍କୁର ତିୱାରି ଆଦି ନିଜର କାର୍ଯ୍ୟକ୍ରମ ପ୍ରଦର୍ଶନ କରିବେ । ଏହାଦ୍ୱାରା ବାୟୁ ଏବଂ ଜଳ ପ୍ରଦୂଷଣ, ପାହାଡ଼ ଧ୍ୱଂସ, କଳା, ସମୁଦ୍ର, ଚାରା ରୋପଣ, ବନ୍ୟ ଜୀବ, ସମାଜର ଅବହେଳିତ ବର୍ଗଙ୍କ ପାଇଁ ଖାଦ୍ୟ, ଥରେ ବ୍ୟବହୃତ ହେଉଥିବା ପ୍ଳାଷ୍ଟିକ୍, ବର୍ଷା ଜଳ ସଂରକ୍ଷଣ ଆଦି ସମ୍ପର୍କରେ ସଚେତନତା ସୃଷ୍ଟିର ପ୍ରୟାସ କରାଯିବ । ଦେଶର ୧୦୦ଟି ସ୍ଥାନରେ ୧୦୯ଟି ବ୍ୟାଣ୍ଡ୍ ନିଜର ମ୍ୟୁଜିକାଲ୍ କାର୍ଯ୍ୟକ୍ରମ ପ୍ରଦର୍ଶନ କରିବେ ।


