ବିଷାକ୍ତ ଛତୁ ଖାଇ ତିନି ଗୁରୁତର
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ): ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ଧାମୁଣି ପଙ୍ଗା ପଞ୍ଚାୟତର କତାଗୁଡା କୁମ୍ଭାର ସାହିର ତିନି ଶିଶୁ ବିଷାକ୍ତ ଛତୁ ଖାଇ ଗୁରୁତର ହୋଇ ପଡିଛନ୍ତି। ଆଜି ଦିନରେ କୁଆଡୁ ଜଙ୍ଗଲୀ ଛତୁ ଆଣି ୠସେଇ କରିଥିଲେ ଘରେ। ସନ୍ଧ୍ୟା ହେବାରୁ ଶିଶୁମାନଙ୍କୁ ଭକ ହେବାରୁ ମାଆ ମାନେ ଭାତ ଖାଇବାକୁ ଦେଇଥିଲେ। କିଛି ସମୟ ପରେ ୧-ରୁଦ୍ର କାଶୀ (୧୦)ବାପା ଉଧବ କଷି, ୨-ଖିରୋଦ କଷି (୯), ବାପା କାର୍ତିକ କଷି, ୩-ଚନ୍ମୟ କାଶୀ (୮) ବାପା ବୃନ୍ଦାବନ କାଶୀ ବିଷାକ୍ତ ଛତୁ ଖାଇ ତିନି ଗୁରୁତର ହୋଇ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଡାକ୍ତର ଖାନା ଯିବାପରେ ସେମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରି ଚିକିତ୍ସା ଆରମ୍ଭ କରିଦେଇଥିବାରୁ ସୁସ୍ଥ ରହିଥିବା ଧନ୍ୟବାଦ. ଚିନ୍ମୟୀ ନାୟକ ଓ ଡା. ପ୍ରମଦ କୁମାର ମିଶ୍ର ପ୍ରକାଶ କରିଛନ୍ତି


