ଟୁଇଟରରେ ରାଜନୈତିକ ବିଜ୍ଞାପନ ନିଷେଧ
ନୂଆଦିଲ୍ଲୀ: ଆସନ୍ତା ମାସ ଠାରୁ ନିଜର ପ୍ଲାଟଫର୍ମରେ ଟୁଇଟର୍ ରାଜନୈତିକ ବିଜ୍ଞାପନ ବନ୍ଦ କରିବ ବୋଲି କମ୍ପାନିର ମୁଖ୍ୟ କାର୍ଯ୍ୟନିର୍ବାହୀ ବୁଧବାର ଦିନ କହିଛନ୍ତି । ଏହାକୁ ଯୁକ୍ତରାଷ୍ଟ୍ର ଆମେରିକାର ଡେମୋକ୍ରାଟ୍ ଦଳ ସ୍ୱାଗତ କରିଥିବା ବେଳେ ଡୋନାଲ୍ଡ୍ ଟ୍ରମ୍ପ୍ଙ୍କଏହାକୁ ନାପସନ୍ଦ କରଛନ୍ତି । ଟୁଇଟର୍ ସିଇଓ ଜ୍ୟାକ୍ ଡୋରସେ ଏକ ବିବୃତିରେ କହିଛନ୍ତି: ବିଶ୍ୱବ୍ୟାପୀ ଆମେ ଟୁଇଟର୍ରେ ରାଜନୈତିକ ବିଜ୍ଞାପନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛୁ । ଆମର ବିଶ୍ୱାସ ରାଜନୈତିକ ବାର୍ତ୍ତା ରିଚ୍ କରାଇବା ଉପାର୍ଜନ କରାଯାଏ, କିଣାଯାଏ ନାହିଁ । ଡୋରସେ ଟୁଇଟ୍ କରିଛନ୍ତି: ଲୋକେ କୌଣସି ଆକାଉଣ୍ଟ୍ ଅନୁସରଣ କଲେ ବା ପୁନଃଟୁଇଟ୍ କଲେ ଯାଇ ଗୋଟାଏ ରାଜନୈତିକ ବାର୍ତ୍ତା ରିଚ୍ ଅର୍ଜନ କରେ । ଉଚ୍ଚ ଆଶାଯୁକ୍ତ ଏବଂ ନିର୍ଦ୍ଦିଷ୍ଟ ରାଜନୈତିକ ଅଭିସନ୍ଧିମୂଳକ ବାର୍ତ୍ତା ଲୋକମାନଙ୍କ ଉପରେ ଲଦି ଦେବା ଲାଗି ରିଚ୍ ପାଇଁ ଦେୟ ଦେଲେ ସେମାନଙ୍କ ନିଷ୍ପତ୍ତି ହଟିଯାଏ । ଆମର ବିଶ୍ୱାସ ଏ ନିଷ୍ପତ୍ତିକୁ ଆମେ ଅର୍ଥ ନିମନ୍ତେ ସାଲିସ୍ କରିବୁ ନାହିଁ । ଇଣ୍ଟର୍ନେଟ୍ ବିଜ୍ଞାପନ ଅବିଶ୍ୱସନୀୟ ଭାବେ ଶକ୍ତିଶାଳୀ ଏବଂ ବ୍ୟାବସାୟିକ ବିଜ୍ଞାପନଦାତାଙ୍କ ନିମନ୍ତେ ଫଳପ୍ରଦ ହୋଇଥିବାରୁ ରାଜନୀତି କ୍ଷେତ୍ରରେ ବଡ଼ ବିପତ୍ତି ଆଣିପାରେ । ଏହା ଦ୍ୱାରା ନିୟୁତ ନିୟୁତ ଲୋକଙ୍କୁ ଭୋଟ୍ ପାଇଁ ପ୍ରଭାବିତ କରାଯାଇପାରେ ।


