୧୫୦ ବର୍ଷର ବରଗଛ ତଳେ ତାପମାତ୍ରା ରହୁଛି ୬ ଡିଗ୍ରୀ କମ୍
ଏହା ଜଙ୍ଗଲ ନୁହେଁ, ୧୫୦ ବର୍ଷର ଏକ ବରଗଛ । ଏହି ଗଛର ୨୦୦ ଶାଖା ରହିଛି ଓ ୨୫୦୦ ବର୍ଗମିଟର ଜମିକୁ ଏହାର ଶାଖା ଢାଙ୍କିରଖିଛି । ବିହାରର ଗୋପାଳଗଞ୍ଜ ମୁଖ୍ୟାଳୟଠାରୁ ୫୨ କିଲୋମିଟର ଦୂର ବୈକୁଣ୍ଠପୁର ବ୍ଲକ୍ ରାଜାପଟ୍ଟୀ କୋଠିସ୍ଥିତ ସୋନାସତୀ ଦେବୀ ମନ୍ଦିର ନିକଟରେ ରହିଛି ଏହିି ଗଛ । ବରଗଛଟି ଚର୍ଚ୍ଚାକୁ ଆସିବା ପଛରେ ଏକ ରହସ୍ୟ ରହିଛି । ଏହି ଗଛ ତଳେ ସବୁବେଳେ ବାୟୁମଣ୍ଡଳର ତାପମାତ୍ରାଠାରୁ ୬ ଡିଗ୍ରୀ କମ୍ ରହେ । ଇଂରେଜମାନେ ଏହି ଗଛକୁ ସଂରକ୍ଷିତ କରି ରଖିଥିଲେ ଯାହା ଏବେ ଶୋଭାପାଉଛି ।


