୧୯୮୮ ବ୍ୟାଚ ଦ୍ୱାଦଶ ଶ୍ରେଣୀ ପୁରାତନ ଛାତ୍ରୀଛାତ୍ରୀ ମାନଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-୧୯୮୮ ବ୍ୟାଚ ଦ୍ୱାଦଶ ଶ୍ରେଣୀ ପୁରାତନ ଛାତ୍ରୀଛାତ୍ରୀ ମାନଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ବାଲିଗୁଡା ସହରର ପ୍ରତିଷ୍ଠିତ ହୋଟେଲ ବିଭବ ପରିସରରେ ତିନିଦିନ ଧରି  ସଭା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା l ପ୍ରଥମେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ପାଟଖଣ୍ଡା ମନ୍ଦିର ପରିଦର୍ଶନ କରିବା ସହ ନିଜ ନିଜ ଘର ଏବଂ ବନ୍ଧୁ ପରିଜନଙ୍କୁ ଦେଖାକରିଥିଲେ l ପରେ ପରେ ନିଜେ ନିଜେ ଅଧ୍ୟୟନ କରିଥିବା ବାଳକ ଓ ବାଳିକା  ଦୁଇଟି ବିଦ୍ୟାଳୟ ପରିଦର୍ଶନ କରି  ବିଦ୍ୟାଳୟ ଗୁଡିକର ରୂପାନ୍ତୀକରଣକୁ ଦେଖି ବହୁତ ଖୁସି ହୋଇଥିଲେ l ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ କୋଣ ଅନୁକୋଣରେ  ରହୁଥିବା ପ୍ରାୟ ୬୦ ଜଣ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ରହି ନିଜ ନିଜର ପୁରୁଣା ସ୍ମୃତିକୁ ସାଉଁଟି ଥିଲେ l ମୋ ସ୍କୁଲ ଅଭିଯାନ ଏବଂ ସ୍ଥାନୀୟ ଦୁଇଟି ସ୍କୁଲକୁ ୧୦, ୦୦୦ ଟଙ୍କା  ଲେଖାଏଁ  ପ୍ରଦାନ କରିବା ପାଇଁ ମଧ୍ୟ ଘୋଷଣା କରିଥିଲେ l ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଡ଼ଃ.ବିଚିତ୍ରା ନନ୍ଦ ଆଚାର୍ଯ୍ୟ,   ଇଂ.ସବ୍ୟସାଚୀ ପଣ୍ଡା, ଅଜିତ ଷଡ଼ଙ୍ଗୀ, ଶୁଭେନ୍ଦୁ ସାହୁ, ମାନସ ରଞ୍ଜନ ପଣ୍ଡା, ସୁଶାନ୍ତ ସାହୁ, କୁମୁଦ ଚନ୍ଦ୍ର ଖଣ୍ଡଗିରି, ନମିତା ପଣ୍ଡା, ରତ୍ନାବତୀ ମଲ୍ଲିକ, ସ୍ନିଗ୍ଧା ଜେନା,ରଶ୍ମିତା ପଟ୍ଟନାୟକ, ମଦନ ମୋହନ ପାଳ, ସରୋଜ ଦାସ, ମୀନକେତନ, ଲଷ୍ମୀଧର ସାହୁ, ଶ୍ରଦ୍ଧାଞ୍ଜଳି ମହାପାତ୍ର, ଅନିତା ସିଂ, କନକ ଲତା ବେହେରା, ପୁଷ୍ପାଞ୍ଜଳି ସାହୁ, ନିଶାକର ସାହୁ, ଗୋବିନ୍ଦ ମଲ୍ଲିକ, ସୁଶାନ୍ତ ସାହୁ, ସନ୍ତୋଷ ସୁଆର ପ୍ରମୁଖ ଉପସ୍ଥିତ ଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ