କାଶୀ ବିଶ୍ଵନାଥ ମନ୍ଦିରରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ

ବାରାଣସୀ:- ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ରବିବାର ଉତ୍ତରପ୍ରଦେଶର କାଶୀ ବିଶ୍ଵନାଥ ମନ୍ଦିର ଯାଇ ଠାକୁରଙ୍କ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଛନ୍ତି। ରାଜପକ୍ଷଙ୍କ ଗସ୍ତ ପାଇଁ ବିମାନବନ୍ଦରରୁ ମନ୍ଦିର ପର‌୍ୟ୍ୟନ୍ତ ରାସ୍ତାକୁ ସିଲ୍ କରି ଦିଆଯାଇଥିଲା । ମନ୍ଦିର ପ୍ରଶାସନ ପକ୍ଷରୁ ରାଜପକ୍ଷଙ୍କୁ ଅଙ୍ଗବସ୍ତ୍ରମ୍ ପ୍ରସାଦ ରୁଦ୍ରାକ୍ଷ ମାଳା ଏବଂ ବାବାଙ୍କ ଫଟୋ ଉପହାରସ୍ବରୂପ ପ୍ରଦାନ କରାଯାଇଥିଲା । ଏହା ସହିତ ବାବାଙ୍କ ଭସ୍ମ ବି ଦିଆଯାଇଥିଲା । ରବିବାର ମାଘ ପୂର୍ଣ୍ଣିମାରେ ମନ୍ଦିରରେ ପ୍ରବଳ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଠାକୁରଙ୍କ ଦର୍ଶନ ସାରି ତାଜ୍ ହୋଟେଲ ଅଭିମୁଖେ ଯାଇଛନ୍ତି । ସେଠାରେ ସେ ମଧ୍ୟାହ୍ନଭୋଜନ କରିବେ । ତା’ପରେ ଅପରାହ୍ଣରେ ସେଠାରୁ ସାରନାଥ ଯିବେ । ସେଠାରେ ରାତ୍ରୀଯାପନ କରି ସୋମବାର ଦିନ ସେ ବିମାନ ଯୋଗେ ବିହାରସ୍ଥିତ ବୋଧଗୟା ଯାତ୍ରା କରିବେ । ସେ ଦିନ ସେ ବୋଧଗୟା କେନ୍ଦ୍ରରେ ମହାବୋଧି ମନ୍ଦିର ଦର୍ଶନ କରିବେ । ଏହା ପରେ ସେ ତିରୁପତି ନିକଟ ରେନିଗୁଣ୍ଟା ବିମାନ ବନ୍ଦରରେ ପହଞ୍ଚିବେ। ମଙ୍ଗଳବାର ଦିନ ତିରୁମାଲା ନିକଟବର୍ତ୍ତୀ ପ୍ରାଚୀନ ପର୍ବତ ମନ୍ଦିରରକୁ ଯାଇ ପ୍ରଭୁ ଭେଙ୍କଟେଶ୍ୱରଙ୍କୁ ଦର୍ଶନ କରିବେ । ଏହା ପରେ ସେ ବିମାନ ଯୋଗେ କଲମ୍ବୋ ଫେରିଯିବେ । ପାଞ୍ଚଦିନିଆ ଗସ୍ତରେ ଆସି ରାଜପକ୍ଷେ ଫେବ୍ରୁଆରି ୮ ତାରିଖ ଦିନ ଭାରତରେ ପହଞ୍ଚିଛନ୍ତି। ଗତକାଲି ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ