୨ୟ ଦିନରେ ସିପିଆଇର ଅନଶନ, ରାସ୍ତା ଅବରୋଧ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍): ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁପକ୍କାଘର, ଏସ.ଇ.ସି.ସି ତାଲିକା, ସାମାଜିକ ସୁରକ୍ଷା ଯୋଜନା, ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ୟାପକ ଅନୀୟମିତତା ହୋଇଥିବା ପ୍ରତିବାଦରେ ବୁଧବାର ଠାରୁ ସିପିଆଇ ରାମଚନ୍ଦ୍ରପୁର ପଞ୍ଚାୟତ କମିଟି ପକ୍ଷରୁ ବ୍ଲକ ସମ୍ମୁଖରେ ଅନଶନ ଆରମ୍ଭ ହୋଇଥିବା ବେଳେ ଆଜି ସୁଦ୍ଧା କୌଣସି ଉଚ୍ଚ ଅଧିକାରୀ ଘଟଣାସ୍ଥଳରେ ପହଞ୍ôଚ ନଥିବାର ଜଣାଯାଇଛି । ଫଳରେ ଅନଶନକାରୀ ମାନେ ଶୁକ୍ରବାର ଦିନ ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥକୁ ବ୍ଲକ ଛକ ଠାରେ ଅବରୋଧ କରିବେ ବୋଲି ନିଷ୍ପତ୍ତି ନେଇଥିବା ସିପିଆଇ ଜୋନ୍ ସହସମ୍ପାଦକ ପରମେଶ୍ୱର ବାରିକ ସୂଚନା ଦେଇଛନ୍ତି ।


