୬୫ ବର୍ଷରେ ପାଦ ରଖିଲେ ଚିରସବୁଜ ଅଭିନେତ୍ରୀ ରେଖା
ଆଜି ରେଖାଙ୍କ ଜନ୍ମଦିନ । ସେ ଏଭଳି ଏକ ଅଭିନେତ୍ରୀ ଯାହାଙ୍କ ବିଷୟରେ ସମସ୍ତେ ଆଲୋଚନା କରିବାକୁ ପସନ୍ଦ କରନ୍ତି । ଏଭଳି ତ ତାଙ୍କ ବିଷୟରେ ଅନେକ କଥା ଶୁଣିବାକୁ ମିଳିଛି, କିନ୍ତୁ ଏ କଥା ହୁଏତ ଆପଣ କେବେ ଶୁଣିନଥିବେଯେ ଦିନେ ରେଖା ବିଷ ଖାଇ ଦେଇଥିଲେ । ବାସ୍ତବରେ କ’ଣ ଘଟିଥିଲା ଆସନ୍ତୁ ଆଲୋଚନା କରିବା –
- ଭାରତୀୟ ଫିଲ୍ମ ଦୁନିଆର ଚିରସବୁଜ ଅଭିନେତ୍ରୀ ରେଖା ଆଜି ୬୫ ବର୍ଷରେ ପାଦ ରଖିଛନ୍ତି । ତାଙ୍କ ଜନ୍ମଦିନରେ ବଲିଉଡର ନୂଆ-ପୁରୁଣା କଳାକାର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୬୫ ବର୍ଷ ବୟସରେ ମଧ୍ୟ ସେ ଖୁବ୍ ଆକର୍ଷଣୀୟ ଦିଶୁଥିବା ରେଖା ନିଜର ରୂପଚର୍ଯ୍ୟା ଲାଗି ବଲିଉଡରେ ବେଶ୍ ପ୍ରସିଦ୍ଧ। ୬୦ ଦଶକରୁ ନିଜର ଅଭିନୟ କରିସ୍ମାରେ ଦର୍ଶକଙ୍କ ମନ ଜିଣି ଆସିଥିବା ରେଖା ବହୁ ସଫଳ ତେଲୁଗୁ, ତାମିଲ ଓ ହିନ୍ଦୀ ଛବିରେ ନାୟିକା ଭାବେ ଉଭା ହୋଇଛନ୍ତି।
- ରେଖାଙ୍କ ଅସଲ ନାଁ ଭାନୁରେଖା ଗଣେଶନ୍ । ବ୍ୟକ୍ତିଗତ ଜୀବନ ହେଉ କିମ୍ବା ପେସା, ରେଖା ସବୁବେଳେ ଚର୍ଚ୍ଚାରେ ରହିବା ସହ ଖୁବ୍ ସଂଘର୍ଷ ମଧ୍ୟ କରିଛନ୍ତି । ୧୯୫୪ ଅକ୍ଟୋବର ୧୦ରେ ଚେନ୍ନାଇରେ ଜନ୍ମ ହୋଇଥିବା ରେଖାଙ୍କ ପିତା ପ୍ରସିଦ୍ଧ ତାମିଲ୍ ଅଭିନେତା ଜେମନି ଗଣେଶନ୍ ଏବଂ ମାତା ପୁଷ୍ପାବଳୀ ତେଲୁଗୁ ଅଭିନେତ୍ରୀ ଥିଲେ ।
- ପିଲାବେଳୁ ହିଁ ବାପାଙ୍କ ଠାରୁ ଦୂରେଇ ରହୁଥିବା ରେଖା ଏକ ସାକ୍ଷାତକାରରେ କହିଥିଲେ , ମୋ ଜୀବନରେ ଫାଦର୍ ଶବ୍ଦର ଅର୍ଥ କେବଳ ଗୀର୍ଜାର ଫାଦର , ବ୍ୟକ୍ତିଗତ ଜୀବନରେ ମୁଁ ଏହି ଶବ୍ଦର ଅର୍ଥ ହିଁ ଜାଣିନାହିଁ ।
- ପ୍ରଥମ ଥର ୧୯୬୬ ରେ ତେଲୁଗୁ ସିନେମା “ରଙ୍ଗୁଲା ରତ୍ନମ୍”ରୁ ଅଭିନୟ ଆରମ୍ଭ କରିଥିବା ରେଖା ଏହି ସିନେମାରେ ଶିଶୁ କଳାକାର ରୂପେ ନଜର ଆସିଥିଲେ । ରେଖା କେବେ ବି ସିନେମାରେ ଅଭିନୟ କରିବାକୁ ଚାହୁଁ ନଥିଲେ କିନ୍ତୁ ଘରର ଆର୍ଥିକ ସ୍ଥିତି ଖରାପ ହେବାରୁ ତାଙ୍କୁ ଏହି ପେସାକୁ ଆପଣାଇବାକୁ ପଡିଥିଲା ।
- କିଛି ସାଉଥ୍ ସିନେମାରେ କାମ କରିବା ପରେ ସେ ମୁମ୍ବାଇ ଚାଲିଆସିଥିଲେ ଏବଂ ହିନ୍ଦୀ ସିନେମାରେ ଭାଗ୍ୟ ପରୀକ୍ଷା କରିଥିଲେ । ମୁମ୍ବାଇରେ ଖୁବ୍ ସଂଘର୍ଷ କରିବା ପରେ ସେ “ସାବନ୍ ଭାଦୋ” (୧୯୭୦) ଚଳଚ୍ଚିତ୍ରରେ ପ୍ରଥମଥର ପାଇଁ ଅଭିନୟ କଲେ ଏବଂ ରାତାରାତି ଷ୍ଟାର୍ ବନି ଯାଇଥିଲେ । ପ୍ରେମ ଏବଂ ବିବାହକୁ ନେଇ ମଧ୍ୟ ରେଖା ଖୁବ୍ ଚର୍ଚ୍ଚାରେ ରହିଆସିଛନ୍ତି ।
- ମିଡିଆ ସାମ୍ନାରେ କୌଣସି କଥା କହିବାକୁ ସେ ଆଦୌ ପସନ୍ଦ କରନ୍ତି ନାହିଁ। ଯେତେବେଳେ ବି କଥା ହୁଅନ୍ତି ମାପିଚୁପି କଥା ହୁଅନ୍ତି। ଏକ ସାକ୍ଷାତକାରରେ ରେଖାଙ୍କୁ ଯେତେବେଳେ ପଚରାଯାଇଥିଲା ଆପଣଙ୍କ ସହକଳାକାର କିଏ? ସେ ସଙ୍ଗେ ସଙ୍ଗେ ଉତ୍ତର ଦେଇଥିଲେ ରଣଧୀର କପୁର। ପ୍ରଶଂସକମାନେ ଚାହିଁ ବସିଥିଲେ ରେଖା ନିଶ୍ଚିତ ଅମିତାଭଙ୍କ ନାଁ ନେବେ ମାତ୍ର ରେଖା ରଣଧୀରଙ୍କ ନାଁ ନେଇଥିଲେ। ତାଙ୍କର ଏହି କଥାରେ ସମସ୍ତେ ଚକିତ ହୋଇପଡ଼ିଥିଲେ।
- କାରଣ ୭୦ ଦଶକରେ ଅମିତାଭଙ୍କ ସହିତ ରେଖା ଅଧିକାଂଶ ଫିଲ୍ମରେ ଅଭିନୟ କରିସାରିଥିଲେ। ଏହି ଯୋଡ଼ି ସେତେବେଳେ ଖୁବ୍ ହିଟ୍ ମଧ୍ୟ ହୋଇଥିଲେ। ଅନ୍ ସ୍କ୍ରିନ୍ ବ୍ୟତୀତ ଅପ୍ ସ୍କ୍ରିନ୍ରେ ବି ଦୁହିଁଙ୍କୁ ନେଇ ଖୁବ୍ ଚର୍ଚ୍ଚା ହେଉଥିଲା। ତାଙ୍କୁ ବିବାହ କରିବେ ବୋଲି ବଲିଉଡ୍ରେ ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ କୌଣସି କାରଣ ବଶତଃ ଅମିତାଭ ରେଖାଙ୍କୁ ଛାଡ଼ି ଜୟାଙ୍କ ହାତ ଧରିଥିଲେ।
- ରେଖା ମଧ୍ୟ ବିଜନେସ୍ମ୍ୟାନ୍ ମୁକେଶ ଅଗ୍ରଓ୍ବାଲ୍ଙ୍କୁ ୧୯୯୦ରେ ବିବାହ କରିଥିଲେ। ବିବାହର ଗୋଟିଏ ବର୍ଷ ପରେ ମୁକେଶ ଆତ୍ମହତ୍ୟା କରିଥିଲେ। ଏହା ପରେ ଅଭିନେତା ବିନୋଦ ମେହେରାଙ୍କ ସହ ତାଙ୍କ ନାଁ ପୁଣି ଯୋଡ଼ି ହୋଇଥିଲା। ଏପରିକି ରେଖା ବିନୋଦଙ୍କୁ ବିବାହ କରିଥିବା ଶୁଣିବାକୁ ମିଳିଥିଲା। କିନ୍ତୁ ଏହି କଥାକୁ ରେଖା ଅସ୍ବୀକାର କରିଥିଲେ।
- ଆଜି ରେଖା ଫିଲ୍ମ ପରଦାରୁ ବହୁତ ଦୂରକୁ ଚାଲିଗଲେଣି, କିନ୍ତୁ ତାଙ୍କୁ ପ୍ରାୟ ସବୁ ଆଓ୍ଵାଡ୍ ଫଙ୍କଦନ ଏବଂ ଇଭେଣ୍ଟରେ ଓଜନିଆ ସାଢ଼ୀ ସାଙ୍ଗକୁ ଦାମୀ ଗହଣା ସହିତ ଦେଖିବାକୁ ମିଳୁଛି। ରେଖା ପ୍ରାୟ ସମୟରେ ନିଜର ଲୁକକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କ ଫ୍ୟାସନକୁ ନେଇ ସମସ୍ତେ ଦିଓ୍ଵାନା


