ଫୋରମ ପର ଗଂଜାମ ଦ୍ୱାରା ବିଶ୍ୱନାଥଙ୍କ ଅଭିଭାବକ ସମ୍ମାନୀତ
ବ୍ରହ୍ମପୁର , ( ଯୁଗାବ୍ଦ ନ୍ୟୁଜ) : ଫୋରମ ପର ଗଂଜାମ ଦ୍ୱାରା ବ୍ରହ୍ମପୁରର ବିସ୍ମୟ ବାଳକ ପି. ବିଶ୍ୱନାଥଙ୍କ ସହ ତାଙ୍କ ପିତା ପି. ସତ୍ୟ ନାରାୟଣ ପାତ୍ର ଓ ମା ମାତା ସଂଯୁକ୍ତା ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ପି. ବିଶ୍ୱନାଥ ପାତ୍ର ଆର୍ଯ୍ୟଭଟ୍ଟ ବ୍ରହ୍ମପୁରରେ ଆଇ.ଆଇ.ଟି ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି । ଭାରତରେ ନିଜର ବୈଷୟିକ ପ୍ରକଳ୍ପ ପ୍ରଦର୍ଶିତ କରି ସମଗ୍ର ଦେଶରୁ ୨୫ ଜଣ ଛାତ୍ର ଏବଂ ସେଥି ମଧ୍ୟରେ ଓଡିଶାରେ ଏକମାତ୍ର ବିଶ୍ୱନାଥ ଋଷିଆର ବିଜ୍ଞାନ ଓ ବୈଷୟିକ ସଂସ୍ଥା ସାଇରଶ ଦ୍ୱାରା ଆୟୋଜିତ ଡିପ ଟେକ୍ନୋଲୋଜି ପ୍ରୋଗ୍ରାମରେ ଯୋଗଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ବିୁଶ୍ୱନାଥ ଦେଶରେ ସ୍ମାର୍ଟ ୱାଟର ଡିସପେନସର ନାମକ ପ୍ରକଳ୍ପ ଯାହା ଜଳର ଅପଚୟକୁ ରୋକିବାରେ ସାହାର୍ଯ୍ୟ କରେ , ଉପସ୍ଥାପନା କରି ଦେଶରେ ୨୫ ଜଣ କୃତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ଥାନ ପାଇଥିଲା । ଋଷଇାରେ ସମସ୍ତ ଛାତ୍ର କର୍ମଶାଳାରେ ପାଇଥିବା ଜ୍ଞାନର ଉପେଯାଗ କରି ପୁନର୍ବାର ବୈଷୟିକ ପ୍ରକଳ୍ପ ଉପସ୍ଥାପନା କରିଥିଲେ । ସେଥିମଧ୍ୟରୁ ଢଷିଆର ଏକ ଛାତ୍ର ପି. ବିଶ୍ୱନାଥଙ୍କ ପ୍ରକଳ୍ପ ସବୌକୃଷ୍ଟ ବିବେଚିତ ହୋଇଥିଲା । ଋଷିୟ ଛାତ୍ର ରୋବଟିକସ ପ୍ରକଳ୍ପ ଉପସ୍ଥାପନା କରିଥିବାବେଳେ ବିଶ୍ୱନାଥ ପ୍ଲାଟୋନିୟମ ଭିତ୍ତିକ ନିରବିଚ୍ଛନ୍ନ ଶକ୍ତି ଉତ୍ସ ଉପସ୍ଥାପନା କରିଥିଲେ । ବ୍ରହ୍ମପୁର ତଥା ଓଡିଶାର ଗର୍ବ ପି. ବିଶ୍ୱନାଥଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଫୋରମ ଫର ଗଞ୍ଜାମର ଆବାହକ ତେଜଶ୍ୱର ରାଓ , ସଂଯୋଜକ ସୁଧୀର ରାଉତ ଏବଂ ସୁକ୍ରୀୟ ସଦସ୍ୟ ଶ୍ୟମସୁନ୍ଦର ଖାଡଙ୍ଗା , ସ୍ୱରାଜ୍ୟ ସୁବୁଦ୍ଧି , ଶୁଭେନ୍ଦ୍ର ପାତ୍ର , ତୁମ୍ଭନାଥ ପଣ୍ଡା , ଭୀମରାଜୁ ପାତ୍ର , ମାଧବ ନାୟକ , ରାଜେନ୍ଦ୍ର ଘଡେଇ , ଆଦିତ୍ୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।


