୨୫ ବର୍ଷର ଅପାରଗ ବିଜେଡ଼ି ସରକାର ବିରୁଦ୍ଧରେ ବିଜେପିର ଚାର୍ଜସିଟ୍ ଲୋକାର୍ପିତ
ବାଲେଶ୍ୱର, (ସରୋଜ ପଣ୍ଡା) :୨୫ ବର୍ଷର ବିଜେଡ଼ି ଶାସନରେ ଓଡ଼ିଶାରେ ଛାତ୍ରଛାତ୍ରୀ, ଶିକ୍ଷକ, କୃଷକ, ଯୁବକଯୁବତୀ, ମହିଳା ମାନଙ୍କର ଅବସ୍ଥା ଶୋଚନୀୟ ହୋଇଅଛି।
ରୋଜଗାର ଓ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି, ସଂସ୍କୃତି ଓ ଗୌରବ ଭୂଲୁଣ୍ଠିତ ହୋଇଛି। ଏହି ଅପାରଗ ଦୁର୍ନୀତିଗ୍ରସ୍ତ ସରକାର ବିରୁଦ୍ଧରେ ବିଜେପିର ଚାର୍ଜସିଟ୍ ପ୍ରସ୍ତୁତ କରିଅଛି।
ପଞ୍ଚାୟତରୁ ସଚିବାଳୟ ଯାଏ ଏହି ଦୁର୍ନୀତିର ଚେର ଲମ୍ବିଛି। କୃଷି ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ, ୨୦୦୯ ମସିହା ସୁଦ୍ଧା ୩୫% ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ ବୋଲି ଓଡ଼ିଶା ସରକାରଙ୍କ ପ୍ରତିଶୃତି ଫମ୍ପା ଆବାଜରେ ପରିଣତ ହୋଇଛି। ୨୦୨୪ ସୁଦ୍ଧା କେବଳ ୧୭% ଜମି ଜଳସେଚିତ ହୋଇପାରିଛି। ବାଲେଶ୍ଵର ଜିଲାରେ ବହୁ ନଦୀ ଓ ଜଳଭଣ୍ଡାର ଥିବା ସ୍ବତ୍ତେ ଜଳସେଚନ ପ୍ରକଳ୍ପ ହୋଇପାରି ନାହିଁ। ରାଜ୍ୟର ୩୧୪ ବ୍ଲକରେ ଶୀତଳଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାର ପ୍ରତିଶୃତି ଦେଇଥିଲେ ହେଁ ଦୀର୍ଘ ୨୫ ବର୍ଷ ଶାସନ କାଳ ଭିତରେ ଏହା ପୁରଣ ହେଇପାରିଲା ନାହିଁ ଉପରନ୍ତୁ ବାଲେଶ୍ଵର ସମେତ ରାଜ୍ୟରେ ଅନେକ ଶୀତଳଭଣ୍ଡାର ବନ୍ଦ ହେଇଯାଇଛି ଫଳରେ ଚାଷୀମାନେ ଅଭାବି ବିକ୍ରୀ ପାଇଁ ବାଧ୍ୟ ହେଉଛନ୍ତି। କୃଷକଙ୍କ ଉନ୍ନତି ପାଇଁ ନବୀନ ବାବୁ କାଳିଆ ଯୋଜନା କରିଥିଲେ ହେଲେ ସମସ୍ତ ଗରୀବ କୃଷକଙ୍କ ପାଖରେ ଏହାର ଲାଭକୁ ପହଞ୍ଚାଇବାରେ ବିଫଳ ହେଲେ। ରାଜ୍ୟ ସରକାର ଇଚ୍ଛାକୃତ ଭାବେ ପୂର୍ଣ୍ଣାଙ୍ଗ ତାଲିକା ନ’ଦେଇଥିବାରୁ ଅନେକ ଚାଷୀ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧୀରେ ମିଳୁଥିବା ₹୬୦୦୦ ଟଙ୍କା ପାଇବାରେ ବଞ୍ଚିତ ହେଉଛନ୍ତି। ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ କେନ୍ଦ୍ର ସରକାର ବିପୁଳ ସବସିଡି ଓ ଅନ୍ୟାନ୍ୟ ପ୍ରୋତ୍ସାହନ ଦେଉଥିଲେ ହେଁ ରାଜ୍ୟ ସରକାର ଏହାର ଲାଭ ଲୋକଙ୍କ ପାଖରେ ପହଞ୍ଚେଇବାର ବିଫଳ ହୋଇଛନ୍ତି। ଆଳୁ, କାଜୁ ଓ ଝୋଟ ମିଶନ ନାମରେ ଶହ ଶହ କୋଟି ଟଙ୍କା ଚଳୂକରି ବିଜେଡ଼ି ସରକାର ନିଜ ଜଳୀୟ ପାଣ୍ଠି ସଂଗ୍ରହ କରିଥିବା ବେଳେ ଯୋଜନା ଗୁଡିକ ଏବେ ଶୀତଳଭଣ୍ଡାରରେ। ଦୁର୍ଭାଗ୍ୟର ବିଷୟ ଯେ ବିସ୍ତୃତ ଶସ୍ୟ କ୍ଷେତ, ଶହ ଶହ ନଦୀ ଥିବା ସ୍ବତ୍ତେ ଆଜିବି ଆମେ ପନିପରିବା, କ୍ଷୀର, ମାଛ, ମାଂସ, ଅଣ୍ଡା, ଡାଲି, ତୈଳବୀଜ ଓ ଫଳ ଆଦି କ୍ଷେତ୍ରରେ ଆମ ରାଜ୍ୟ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ। ଏସବୁ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାପାଇଁ ଆଉ କେତେ ବର୍ଷ ଲାଗିବ ? କହିବେକି ୨୫ ବର୍ଷର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶାରେ ସମବାୟ ସମିତି ଓ ଅନ୍ୟାନ୍ୟ ସଂସ୍ଥା ଦ୍ଵାରା ପରିଚାଳିତ କୃଷିମଣ୍ଡିରେ ବ୍ୟାପକ ଦୁର୍ନୀତି ହେଉଛି। ଜାଲି ଟୋକେନ୍, କଟନି ଛଟନି ଓ ଅନ୍ୟାନ୍ୟ ଉପାୟରେ ଶାସକ ଦଳ ବର୍ଷକୁ ୫୦୦ କୋଟିରୁ ଉର୍ଦ୍ଧ୍ବ ଦଳୀୟ ପାଣ୍ଠି ସଂଗ୍ରହ କରୁଅଛି। ଓଡ଼ିଶାରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି। ୨୦୧୨-୧୯ ମଧ୍ୟରେ ୨୦ ହଜାରରୁ ଉର୍ଦ୍ଧ୍ଵ ଅପହରଣ ମାମଲା ପଞ୍ଜିକୃତ ହୋଇଥିବା ବେଳେ ମାତ୍ର ୩୦% ମାମଲାର ଚାର୍ଜସିଟ୍ ପ୍ରସ୍ତୁତ ହୋଇପାରିଛି। ଦଣ୍ଡହାର ମଧ୍ୟ ଶୋଚନୀୟ ଭାବେ କମ୍ ପରିଲକ୍ଷିତ ହେଉଛି। ଜନସାଧାରଣଙ୍କୁ ନିରାପତ୍ତା ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ, ଦିନ ଦ୍ବିପହରରେ ମନ୍ତ୍ରୀଙ୍କୁ ହତ୍ୟା, ଜିଲ୍ଲାପାଳଙ୍କୁ ଅପହରଣ, ଚୋରି ଡକାୟତି ବୃଦ୍ଧି, ବ୍ୟାଙ୍କରୁ ବିପୁଳ ଅର୍ଥରାଶି ଲୁଟ୍ ଭଳି ଅପରାଧିକ ଘଟଣା ବଢ଼ି ବଢ଼ି ଚାଲିଛି। ଶିଶୁ ନାବାଳିକା ଓ ମହିଳାଙ୍କ ସହ ବ୍ୟାପକ ଦୂଷ୍କର୍ମ ହେବା ସଙ୍ଗେସଙ୍ଗେ ସେମାନଙ୍କୁ ହତ୍ଯା କରାଯାଉଛି। ଅପରାଧୀଙ୍କୁ ଦଣ୍ଡ ମିଳିପାରୁ ନାହିଁ ଓଲଟା ଏଥିରେ ଶାସକ ଦଳର ନେତାମନ୍ତ୍ରୀଙ୍କ ସମ୍ପୃକ୍ତି ପଦାକୁ ଆସୁଛି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ଆଜି କ୍ରାଇମ କ୍ୟାପିଟାଲରେ ପରିଣତ ହୋଇଛି। ସମାଜରେ ତଳ ସ୍ଥଳରେ ଥିବା ବର୍ଗ ଯଥା ଅନୁସୂଚିତ ଜାତି ଓ ଜନଜାତି ଏବଂ ଦଳିତ ବର୍ଗଙ୍କ ଉପରେ ହେଉଥିବା ଅତ୍ୟାଚାରର ପ୍ରତିକାର ହେଇପାରୁନାହିଁ। ଏହି ସରକାରଙ୍କ ସମୟରେ ରାଜ୍ୟର ଶିକ୍ଷା ବ୍ଯବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ସ୍କୁଲ ମାନଙ୍କରେ ଆବଶ୍ୟକତା ଅନୁଯାୟୀ ଶିକ୍ଷକ ନିଯୁକ୍ତି ନ’ହେଉଥିବାରୁ ପାଠପଢ଼ା ଦେଇପାରୁ ନାହିଁ। ତେଣୁ ରାଜ୍ୟ ସରକାର ଅନେକ ସ୍କୁଲ ବନ୍ଦ କରିଦେଲେଣି ଓ ଶହଶହ ସ୍କୁଲ ବନ୍ଦ ହେବାକୁ ଯାଉଛି। ୫ଟି ନାମରେ ସ୍କୁଲ କମିଟିକୁ ଉପେକ୍ଷା କରି ହଜାର ହଜାର କୋଟି ଟଙ୍କାର ଅତ୍ୟନ୍ତ ନିମ୍ନ ମାନର କାର୍ଯ୍ୟ କରି ଓ ରାଜ୍ୟ ବାହାରର ଠିକାଦାର ଦ୍ଵାରା ହଜାର ହଜାର କୋଟି ଟଙ୍କାର ସାମଗ୍ରୀ କିଣି ବିପୁଳ ପରିମାଣର ହରି ଲୁଟ କରାଯାଇଛି। ନୂତନ ଶିକ୍ଷା ନୀତି ଅନୁସାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅତ୍ୟନ୍ତ ଉନ୍ନତମାନର ବିଦ୍ୟାଳୟ ପାଇଁ ବାରଂବାର ଅନୁରୋଧ ସ୍ବତ୍ତେ ଓଡିଶା ସରକାର ଗୋଟିଏ ହେଲେ ପ୍ରସ୍ତାବ ଦେଇନାହାନ୍ତି କିମ୍ବା ଗୋଟିଏ ହେଲେ ବିଦ୍ୟାଳୟ କେନ୍ଦ୍ରୀୟ ସହାୟତାରେ ଆରମ୍ଭ କରିନାହାଁନ୍ତି।
ବିଦ୍ୟୁତ, ବିଦ୍ୟୁତ ବିଲ୍ ନାମରେ ଓଡ଼ିଶାର ଉପଭୋକ୍ତା ମାନଙ୍କୁ ଘୋରେଇ କମ୍ପାନୀ ଲୁଟୁଥିବା ବେଳେ ଓଡିଶା ସରକାର ନୀରବଦ୍ରଷ୍ଟା ସାଜିଛନ୍ତି। ସେସୁର ପାରାଦୀପ ଡିଭିଜନରେ କୋଟି କୋଟି ଟଙ୍କାର ଜାଲିୟାତି ଧରାପଡ଼ିବା ଦ୍ଵାରା ବିଜେଡ଼ି ସରକାରଙ୍କ ବଡ଼ କେଳେଙ୍କାରି ପଦାରେ ପଡ଼ିଛି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ବିଦ୍ୟୁତ ଦର ଅଧିକ। ତାମିଲନାଡୁକୁ ଓଡ଼ିଶା ସରକାର ୟୁନିଟ ପିଛା ₹୨.୫୩ ପଇସାରେ ବିକୁଥିବା ବେଳେ ରାଜ୍ୟର ଉପଭୋକ୍ତାଙ୍କ ଠାରୁ ₹୨.୮୩ ପଇସା ନେଉଛନ୍ତି। ଏହା ପାଣ୍ଡିଆନ ବାବୁଙ୍କ ପ୍ରଭାବରେ ଓଡ଼ିଶାବାସୀଙ୍କ ପ୍ରତି ବିଜେଡ଼ିର ବିଶ୍ବାସଘାତକତା ନୁହେଁ କି ? ଦୁର୍ନୀତି ଚିଟଫଣ୍ଡରେ ଲକ୍ଷ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଲା, ଲକ୍ଷ ଲକ୍ଷ ଲୋକ ଏଥିରେ ସର୍ବସ୍ବାନ୍ତ ହେଲେ, ଅନେକ ଲୋକ ଆତ୍ମହତ୍ୟା କଲେ। ଏଥରେ ବିଜେଡ଼ିର ବଡ଼ ବଡ଼ ନେତା ମନ୍ତ୍ରୀଙ୍କର ସଂମ୍ପୃକ୍ତ ଜଣାପଡ଼ିଲା, ଲୋକମାନଙ୍କର ଜମା ଟଙ୍କା ଫେରାଇବାକୁ ରାଜ୍ୟ ସରକାର କର୍ପସ୍ ପଣ୍ଡ ଗଠନ କଲେ ମାତ୍ର ଫଳ ଶୁନ୍ୟ। ଓଡ଼ିଶାରେ ସରକାରଙ୍କ ସୁରକ୍ଷା ବଳୟରେ କୋଇଲା, ଲୁହା ପଥର, କ୍ରୋମାଇଟ୍, ମାଙ୍ଗାନିଜ, ବକ୍ସାଇଟ, ତମ୍ବା, ସିସା ଆଦି ଖଣିଜ ପଦାର୍ଥ ବ୍ୟାପକ ମାତ୍ରାରେ ଚୋରି ହେବାଦ୍ବାରା ଲକ୍ଷାଧିକ କୋଟି ଟଙ୍କାର ରାଜସ୍ୱ ହାନୀ ଘଟିଛି। ଆଜି କଳିଙ୍ଗ କୁ କାଙ୍ଗାଳ କିଏ କଲା ଏକଥା ଓଡ଼ିଶାବାସୀ ବୁଝନ୍ତୁ। ପାନୀୟଜଳ ଓଡ଼ିଶାରେ ପାନୀୟ ଜଳର ଘୋର ଅଭାବ, ଜଳ ବିନା ଲୋକେ ହାହାକାର ହେଉଛନ୍ତି। ମାତ୍ର ନବୀନ ବାବୁଙ୍କ ଦୟାରୁ ଘରେ ଘରେ ମଦର ବନ୍ଯା।
:- ଓଡ଼ିଶାରେ ଗଣତନ୍ତ୍ରର ହତ୍ଯା କରାଯାଇଛି, ସତ୍ୟର କଣ୍ଠରୋଧ କରାଯାଇଛି, ପଞ୍ଚାୟତର ଅଧିକାର ଛଡାଇ ନିଆଯାଇଛି, ଲୋକପ୍ରତିନିଧିଙ୍କ ମର୍ଯ୍ୟାଦା ଭୂଲୁଣ୍ଠିତ ହେଇଛି, ସାରା ଓଡ଼ିଶାରେ ଚାଲିଛି ଅଫିସର ରାଜ୍। ତେଣୁ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି ଫଳରେ ଲୋକେ ପରିବର୍ତ୍ତନ ଚାହୁଁଛନ୍ତି। ଗତ ଦଶ ବର୍ଷରେ ମୋଦି ସରକାରଙ୍କ ₹୧୮.୮୭ ଲକ୍ଷ କୋଟି ଟଙ୍କାର ଆର୍ଥିକ ଅନୁଦାନ ଓ ସହାୟତାର ବିପୁଳ ପରିମାଣ ହରି ଲୁଟ କରାଯାଇଛି। DMF ପଣ୍ଡ ଯେମିତି ହରି ଲୁଟ ହେଇଛି ସେମିତି ଅବ୍ୟବସ୍ଥାରେ ପଡ଼ିରହିଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଦୁଇ ଦୁଇ ଥର ଶିଳାନ୍ୟାସ ହେବା ସ୍ବତ୍ତେ ରେମୁଣା ଗୋଲେଇ ନିକଟରେ ପ୍ରସ୍ତାବିତ ବସଷ୍ଟାଣ୍ଡ ପାଇଁ ଅଧିଗ୍ରହଣ କରାଯାଇଥିବା ଜମି ବିକ୍ରି ହେଇଗଲା। ପାଞ୍ଚବର୍ଷ ତଳେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିବା ରିଙ୍ଗ ରୋଡ଼ କୁଆଡ଼େ ଗଲା ? ଜିଲ୍ଲାରେ ପୋଷଣ ଯୋଜନାରେ ବ୍ୟାପକ ଦୁର୍ନୀତି, ନିମ୍ନମାନର ଛତୁଆ ସହିତ ଓଜନରେ କମ୍ ଯୋଗାଣ କରାଯାଉଛି, ରାଜ୍ୟ ସରକାରଙ୍କ ଦ୍ୱାରା ପୁରସ୍କୃତ ସଂସ୍ଥା ଦୁର୍ନୀତି କରୁଥିବାର ସାଂସଦଙ୍କ ଦ୍ଵାରା ଧରାପଡ଼ିଛନ୍ତି।
ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତିଙ୍କୁ ବାଧ୍ୟ କରାଯାଇ ବିଶ୍ଵବିଦ୍ୟାଳୟ ଓ ଅଧିନସ୍ଥ ସମସ୍ତ କଲେଜ ମାନଙ୍କରେ ପାଣ୍ଡିଆନଙ୍କ ଗସ୍ତ ଅବସରରେ ପରୀକ୍ଷାକୁ ବାତିଲ କରିବା ଏକ ଅକ୍ଷମଣୀୟ ଅପରାଧ।
ବେଆଇନ ଭାବେ ହତ୍ଯା ଉଦ୍ଦେଶ୍ୟରେ ଗୋଚାଲାଣ ଓ ଗୋହତ୍ୟା ଚାଲୁଥିବାରୁ ଜିଲ୍ଲାର କୃଷି ଏବଂ ଅର୍ଥତନ୍ତ୍ର ବିପର୍ଯ୍ୟସ୍ତ ହୋଇପଡିଛି। ବାଲେଶ୍ଵରର ବାଲି ଓ ପଥର ଖାଦାନ ଗୁଡ଼ିକୁ ଉଦ୍ଦେଶ୍ୟମୂଳକ ଭାବେ ନିଲାମ ନ’କରାଯିବା କାରଣରୁ ଚୋରା କାରବାର ବୃଦ୍ଧି ପାଉଛି, ଲୋକେ ନିରୁପାୟ ହୋଇ ଯାଜପୁର ଓ ଚଣ୍ଡିଖୋଲରୁ ଚଢା ଦାମରେ ବାଲି ଓ ପଥର ଖଣ୍ଡ କିଣିବାକୁ ବାଧ୍ୟ ହେଉଛନ୍ତି।
ସୁବର୍ଣ୍ଣରେଖା, ବୁଢାବଳଙ୍ଗ, ଜରକା, ଗଙ୍ଗାହାର ଆଦି ନଦୀ ମାନଙ୍କରେ ବନ୍ୟା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ଫଳରେ ପ୍ରତିବର୍ଷ ବନ୍ୟାରେ ହଜାର ହଜାର ପରିବାର କ୍ଷତିଗ୍ରସ୍ତ ହେଉଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ବ୍ୟାପକ ଦୁର୍ନୀତି ଧରାପଡିଛି, ସାଂସଦଙ୍କ ଦ୍ଵାରା ଅନେକ ଅଯୋଗ୍ୟ ହିତାଧୀକାରୀ ଧରାପଡ଼ିଛନ୍ତି।ବାଲେଶ୍ଵରରେ କଳକାରଖାନା ବନ୍ଦ ହେଇଯିବାରୁ ଲୋକମାନେ ରଜୋଗାର ନପାଇ ଲକ୍ଷାଧିକ ସଂଖ୍ୟାରେ ବାଦନ ଖଟିବାକୁ ଯାଉଛନ୍ତି ।ରାଜ୍ୟ ସଂସ୍କୃତି ଓ ଅବକାରୀ ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ବ୍ୟାପକ ଡ୍ରଗ୍ କାରବାର ଚାଲୁଅଛି। ତାଙ୍କ ନିଜ ପଞ୍ଚାୟତରେ ହରିଶ୍ଚନ୍ଦ୍ର ଯୋଜନାରେ ବିପୁଳ ଅର୍ଥ ବାଟମାରଣା ହୋଇଥିଲେ ହେଁ ଏପର୍ଯ୍ୟନ୍ତ ପ୍ରତିକାର ହୋଇନାହିଁ। ସମଗ୍ର ଜିଲ୍ଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି, ଡାକ୍ତରଖାନା ମାନଙ୍କରେ ଆବଶ୍ୟକତା ଅନୁଯାୟୀ ଡ଼ାକ୍ତର ନାହାନ୍ତି।ଓଡ଼ିଶାର ମାହାନ ଉତ୍କଳୀୟ ସଂସ୍କୃତିର ଘୋର ଅପମାନ କରିଛନ୍ତି ରାଜ୍ୟ ସରକାର, ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଚାବି କୁଆଡ଼େ ଗଲା ? ତାର ହିସାବ ଓଡ଼ିଶାର ଜନସାଧାରଣ ମାଗୁଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିରରେ ଗୋମାଂସ ଭକ୍ଷୀ ଓ ଗୋମାଂସର ପ୍ରଚାରକାରୀ ମହିଳାଙ୍କୁ ପ୍ରବେଶ କରାଇ ଓଡ଼ିଶା ସରକାରଙ୍କ ଚଳନ୍ତି ପ୍ରତିମା ପାଣ୍ଡିଆନ ବାବୁ ଅକ୍ଷମଣୀୟ ଅପରାଧ କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଦୁଇଟି ଯାଗାରେ ନିର୍ବାଚନ ଲଢିବାର କାରଣ କ’ଣ ? ଓଡ଼ିଶାବାସୀଙ୍କ କ୍ରୋଧର ଶିକାରରୁ ବର୍ତ୍ତିବା ପାଇଁ ଗଳାବାଟ ଦେଇ ପାଣ୍ଡିଆନକୁ ଥଇଥାନ କରିବାର ଯୋଜନା ନୁହେଁ ତ ? ଓଡ଼ିଶାର ଶାସନକୁ ତାମିଲନାଡୁ ହାତକୁ ଟେକି ଦେବାର ଏହା ଏକ ହୀନ ଷଡ଼ଯନ୍ତ୍ର ନୁହେଁ ତ ? ତେଣୁ ହେ ସ୍ବାଭିମାନୀ ଓଡ଼ିଶା ଓ ବାଲେଶ୍ଵରବାସୀ ଆପଣମାନଙ୍କୁ ନିବେଦନ ଓଡ଼ିଶାରେ ଗଣତନ୍ତ୍ରକୁ ବଞ୍ଚାଇ ରଖନ୍ତୁ। ଅଫିସର ରାଜ୍ ସମାପ୍ତ କରନ୍ତୁ। ବିଜେଡ଼ିର କୁଶାସନର ଅନ୍ତ ଘଟାନ୍ତୁ। ବ୍ଯାପକ ପ୍ରଚାର କରି ଓଡ଼ିଶାରେ ବିଜେପି ସରକାର ଓ ଭାରତରେ ମୋଦିଜୀଙ୍କ ନେତୃତ୍ବରେ ପୁଣିଥରେ ସରକାର ଗଠନ କରି ଡବଲ୍ ଇଞ୍ଜିନ ସରକାର ପାଇଁ ପଦ୍ମ ଚିହ୍ନରେ ମୋହର ମାରି ପଥ ସୁଗମ କରନ। ୨୫ ବର୍ଷର ଅପାରଗ ବିଜେଡ଼ି ସରକାର ବିରୁଦ୍ଧରେ ଏହି ଚାର୍ଜସିଟକୁ ଘରେ ଘରେ ପହଞ୍ଚାନ୍ତୁ।
ସାମ୍ବାଦିକ ସମ୍ମିଳନୀକୁ ବାଲେଶ୍ଵର ସାଂସଦ ତଥା ଚଳିତ ନିର୍ବାଚନରେ ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସମ୍ବୋଧିତ କରିଥିଲେ, ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ଵର ଜିଲା ସଭାପତି ଉମାକାନ୍ତ ମହାପାତ୍ର, ବଡ଼ସାହି ବିଧାୟକ ପ୍ରାର୍ଥୀ ସନାତନ ବିଜୁଳି, ରେମୁଣା ବିଧାୟକ ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସ, ଜଳେଶ୍ଵର ବିଧାୟକ ପ୍ରାର୍ଥୀ ବ୍ରଜମୋହନ ପ୍ରଧାନ, ବସ୍ତା ବିଧାୟକ ପ୍ରାର୍ଥୀ ରବିନ୍ଦ୍ର ଅଣ୍ଡିଆ, ବାଲେଶ୍ଵର ଲୋକସଭା ସଂଯୋଜକ ଶୁଭଙ୍କର ମହାପାତ୍ର, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ଓ ଲୋକସଭା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ ମଞ୍ଚାସିନ ଥିଲେ।ବାଲେଶ୍ୱର,


