୨ ଦିନ ଯାଏଁ କୋହଲା ପାଗ ସହ ବର୍ଷା ଜାରି ରହିବ

ଭୁବନେଶ୍ୱର- ଟ୍ରପ ଲାଇନ ସୃଷ୍ଟି ହେଉଥିବାରୁ ରାଜ୍ୟର ଅନେକ ଦିଲ୍ଲାରେ ଝିପିଝିପି ବର୍ଷା ଲାଗିରହିଛି । ୨ ଦିନ ଯାଏଁ କୋହଲା ପାଗ ସହ ବର୍ଷା ଜାରି ରହିବ। ଉତ୍ତର, ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ପାଇଁ ୧୧ଟି ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, ଅନୁଗୁଳ, କଟକ, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜରେ ଝିପିଝିପି ବର୍ଷା ହୋଇଥିବା ସୂଚନା ମିଳିଛି । ଦୁଇ ଦିନ ପରେ ପାଗରେ ପରିବର୍ତ୍ତନ ଆସିବା ସହ ଶୀତର ପ୍ରକୋପ ବଢିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣି ପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ