୩୪ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

କୋଣାର୍କ(ଗଣେଶ ଚନ୍ଦ୍ର ବେହେରା) ୩୪ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ ପାଇଁ କୋଣାର୍କ ନାଟ୍ୟ ମଣ୍ଡପ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡିଶୀ ନୃତ୍ୟଗୁରୁ ସ୍ୱର୍ଗୀୟ ପଦ୍ମଶ୍ରୀ ଡଃ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିବା କୋଣାର୍କ ନାଟ୍ୟମଣ୍ଡପରେ ଚଳିତ ବର୍ଷ ଫେବୃୟାରୀ ମାସ ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପି ଆୟୋଜିତ ହେବ ୩୪ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ-୨୦୨୦ । ଏହି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବର ମହାକୁମ୍ଭ ପାଇଁ କୋଣାର୍କ ନାଟ୍ୟ ମଣ୍ଡପ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ।ୟରେ ପହଞ୍ଚିଛି । ଏହି ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ ଉତ୍ସବ ଆସନ୍ତା ୧୯ତାରିଖରେ ଉଦଘାଟିତ ହେବ । ପ୍ରତ୍ୟହ ସନ୍ଧ୍ୟା୬ଟା ୪୫ରୁ ରାତି ୧୦ଟା ପର‌୍ୟ୍ୟନ୍ତ ତିନୋଟି ପର୍ଯ।ୟରେ ଆନ୍ତର୍ଜାତିକ କ୍ଷାତିସମ୍ପନ୍ନ କଳାକାରମାନଙ୍କ ଦ୍ୱରା ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ ଓ ଲୋକ ନୃତ୍ୟର ଅପୂର୍ବ ସମାରୋହ କୋଣାର୍କ ନାଟ୍ୟମଣ୍ଡପରେ ପ୍ରଦର୍ଶିତ ହେବ । ଉତ୍ସବର ବିଭିନ୍ନ ଦିବସରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ପ୍ରଶାସକମାନେ ଯୋଗଦେବାର କ।ର୍ଯ୍ୟକ୍ରମ ରହିଛି ବୋଲି ନାଟ୍ୟମଣ୍ଡପର ଉପଦେଷ୍ଠା ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ରାଙ୍କ ଠାରୁ ସୁଚନା ମିଳିଛି । ଉତ୍ସବର ଉଦ୍ୟାପନୀ ସନ୍ଧ୍ୟା୨୧ତାରିଖରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ସ୍ୱର୍ଗୀୟ ନୃତ୍ୟ ଗୁରୁ ଡଃ ମିନତୀ ମିଶ୍ରଙ୍କୁ ଗୁରୁ ଗଙ୍ଗାଧର ପ୍ରଧାନ ଲାଇଫ ଟାଇମ୍ ଆଚିଭ୍ମେଣ୍ଟ ଆୱାର୍ଡ ମରଣଉପରାନ୍ତ ପ୍ରଦାନ କରାଯାଇ ସମ୍ମାନିତ କରାଯିବ । ଏହି ଅବସରରେ ୨୦ ତାରିଖରେ ନାଟ୍ୟମଣ୍ଡପ ପରିସରରେ ଆୟେଜିତ ହେବ ୨୪ତମ କୋଣାର୍କ ସାହିତ୍ୟ ଉତ୍ସବ-୨୦୨୦ । ଏଥିରେ ଓଡିଶାର ଲବ୍ଧପ୍ରତିଷ୍ଠିତ କବି, କବୟିତ୍ରୀ, ଲେଖକ ଓ ସାହୀତ୍ୟ ପ୍ରେମୀମାନେ ଯୋଗ ସାହିତ୍ୟ ଚର୍ଚ୍ଚା ଓ ସ୍ୱରଚିତ କବିତା ଆବୃତି କରିବାର କାର‌୍ୟ୍ୟକ୍ରମ ସ୍ଥିର ହୋଇଛି । ଉତ୍ସବର ଅଗ୍ରଗତିି ସମ୍ପର୍କରେ ରବିବାର ଅପରାହ୍ନରେ କୋଣାର୍କ ନାଟ୍ୟ ମଣ୍ଡପ ପକ୍ଷରୁ ଆୟୋଜିତ ପ୍ରସ୍ତୁତ ବୈଠକରେ ନାଟ୍ୟମଣ୍ଡପର ଉପଦେଷ୍ଠା ଶ୍ରୀ ମହାପାତ୍ର, ସମ୍ପାଦକ ଶିବାଶିଷ ପ୍ରଧାନ, କାର‌୍ୟ୍ୟନିର୍ବାହୀ ସଭାପତି ଡ. ରମଣୀରଞ୍ଜନ ଜେନା, ଉପସଭାପତି ପ୍ରସନ୍ନ ବେଉରିଆ, ଯୁଗ୍ମସମ୍ପାଦକ ଗୁରୁପଦ ବଳିଆରସିଂହ, ଗୁରୁ ଜୟକୃଷ୍ଣ ନାୟକ, ଓ ଜଟାଧାରୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ