୩୬ତମ ଜାତୀୟ ଚକ୍ଷୁଦାନ ପକ୍ଷ ପାଳନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ୩୬ତମ ଜାତୀୟ ଚକ୍ଷୁଦାନ ପକ୍ଷ ପାଳନ ଅବସରରେ ଏକ ସଚେତନତା ରଥର ଶୁଭ ଉଦଘାଟନ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଡା. ଅନିତା ପଟ୍ଟନାୟକ ଏହି ରଥକୁ ପତକା ଦେଖାଇ ଉଦଘାଟନ କରିଥିଲେ । ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ(ଜନସ୍ୱାସ୍ଥ୍ୟ) ଡା. ମିର୍ଜା ବାବର ବେଗ, ଜିଲ୍ଲା ନିଶ୍ଚେତକ ପରାମର୍ଶଦାତା ଡା. ନୃପେନ ଶତପଥୀ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ(ପରିବାର କଲ୍ୟାଣ) ଡା. ସଚିଦାନନ୍ଦ ମିଶ୍ର, ଚକ୍ଷୁ ବିଶେଷଜ୍ଞ ଡା. ସତ୍ୟସୁନ୍ଦର ବିଶ୍ୱାଳ, ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ଶାନ୍ତିଲତା ଚାନ୍ଦ, ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରିଣୀ ମିନତୀ ମହାପାତ୍ର, କର୍ମଚାରୀ ଦେବେନ୍ଦ୍ର ନାଥ କୁଣ୍ଡ, କୁଳମଣୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ରଥର ମୁଖ୍ୟ ଉଦେଶ୍ୟ ହେଉଛି ଅନ୍ଦତ୍ୱ ଦୂରିକରଣ କରିବା ପାଇଁ ୨ଦିନ ଧରି ଜିଲ୍ଲାର ସମସ୍ତ ବ୍ଲକ ଅଞ୍ଚଳରେ ବୁଲି ଜନସାଧାରଣଙ୍କୁ ସଚେତନ କରାଇବା ।


