୩୭ ୱାରେଂଟଙ୍କୁ ଗିରଫ କଲା ହିଞ୍ଜିଳି ପୁଲିସ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ବିଭିନ୍ନ ମାମଲାରେ ଫେରାର ଥିବା ହିଞ୍ଜିଳି ଥାନା ଅଂଚଳର ଫେରାର ଥିବା ୩୭ ଜଣଙ୍କୁ ୱାରେଂଟ ବଳରେ ରବିବାର ବିଳମ୍ବିତ ରାତିରେ ଗିରଫ କରିଛି । ଗିରଫ ମାନଙ୍କ ମଧ୍ୟରେ ୨୦୧୮ ମସିହାରେ ଲୁଟ, ରାହାଜାନି, ହତ୍ୟା ଭଳି ସଙ୍ଗୀନ ଅପରାଧରେ ଜଡ଼ିତ ଥାଇ ଫେରାର ଥିବା ହିଞ୍ଜିଳି ଥାନା ତଥା ସ୍ଥାନୀୟ ପୌରାଂଚଳ ବ୍ଳକ କଲୋନୀ ଅଂଚଳର ପି. ଓନ୍ତୋଷ ରାଓ ଓରଫ ଶାନ୍ତୁ (୨୯)ଙ୍କୁ ଆନ୍ଦ୍ରପ୍ରଦଶ ରାଜ୍ୟ ଶୀକାକୁଲମ ଅଂଚଳରୁ ଥାନା ଏସ.ଆଇ ମମତା ସାମନ୍ତରାୟ ଗିରଫ କରିବାରେ ସକ୍ଷମ ହୋଇଥିବା ଆସିକା ପୁଲିସ ଉପଖଣ୍ଡ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନ କହିଛନ୍ତି । ଗିରଫଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଥିବା ଥାନା ସୁତ୍ରରୁ ପ୍ରକାଶ ।


