୩ ଆର୍ୟୁବେଦିକ ଚିକିତ୍ସକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଶା ସରକାରୀ ଆୟୁର୍ବେଦିକ ଚିକିତ୍ସକ ସଂଘ (ଓଜିଏପିଏ) ପକ୍ଷରୁ ଅବସର ପ୍ରାପ୍ତ ଜିଲା ଆୟୁର୍ବେଦିକ ଚିକିତ୍ସକ ଡାକ୍ତର ଅଜୟ କୁମାର ସେଣ୍ଢ, ଡାକତର ସୁଭଦ୍ରା ବେହେରା ଓ ଡାକ୍ତର ପୁଷ୍ପରାଜ ମନ୍ତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ସଂଘର ବାଲେଶ୍ୱର ଶାଖା ସଭାପତି ଡାକ୍ତର ଅନୀଲ କୁମାର ଦାଶ ସଭାପତିତ୍ୱ କରିଥିଲେ । ଡିଏଏସଓ ଡାକ୍ତର ପ୍ରଶାନ୍ତ ନନ୍ଦଙ୍କ ଦ୍ୱାରା ଉଦଘାଟିତ କାର୍ଯ୍ୟକ୍ରମରେ ଡାକ୍ତର ପୂର୍ଣ୍ଣଚନ୍ଦ୍ର ଜେନା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟରୁ ଅବସର ନେବା କିମ୍ବା ଗୋଟିଏ ସ୍ଥାନରୁ ଅନ୍ୟଏକ ସ୍ଥାନକୁ ବଦଳି ହେବା ଜୀବନର ଧାରା ଅଟେ । ତେବେ ବ୍ୟକ୍ତିଙ୍କ କାର୍ଯ୍ୟଧାରା, ଆଚାର ବ୍ୟବହାର ହିଁ ସର୍ବଦା ସ୍ମରଣୀୟ ହୋଇ ରହିଥାଏ ବୋଲି ସେ କହିିଲେ । ଏକ୍ଷେତ୍ରରେ ୩ ବିଦାୟୀ ଡାକ୍ତର ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇ ରହିବେ ବୋଲି ଡାକ୍ତର ଜେନା ମତ ପ୍ରକାଶ କରିଥିଲେ । ଆୟୁର୍ବେଦ ବିକାଶ ମଞ୍ଚର ସମ୍ପାଦକ ହିମାଂଶୁ ଶେଖର ଦାସ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଚାକିରି କାର୍ଯ୍ୟକାଳ ମଧ୍ୟରେ ୩ ଚିକିତ୍ସକଙ୍କ ନିଷ୍ଠାପୂର୍ଣ୍ଣ କାର୍ଯ୍ୟଧାରା, ସମୟାନୁବର୍ତ୍ତିତା ତଥା ସହଯୋଗୀ ମନୋଭାବ ଅନ୍ୟମାନଙ୍କୁ ସବୁବେଳେ ପ୍ରେରଣା ଦେଉଥିବ ବୋଲି କହିଥିଲେ । ଡାକ୍ତର ନିରଂଜନ ଓଝା, ଡାକ୍ତର ପରେଶ ଆଚାର୍ଯ୍ୟ, ଡାକ୍ତର ଅଶୋକ ଦାସ, ଡାକ୍ତର ତ୍ରିଲୋଚନ ଧଳ ପ୍ରମୁଖ ଏଥିରେ ଯୋଗଦେଇ ବକ୍ତବ୍ୟ ପ୍ରଦାନ ସହ ବିଦାୟୀ ଚିକିତ୍ସକଙ୍କ ନିରାମୟ ଜୀବନ କାମନା କରିଥିଲେ ।ଏହି ଅବସରରେ ୩ ଡାକ୍ତରଙ୍କୁ ଷ୍ପୁଷ୍ପଗୁଚ୍ଛ, ଉତରୀୟ, ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧିତ ଅବସରରେ ଡାକ୍ତର ଅଜୟ କୁମାର ସେଣ୍ଢ, ଡାକ୍ତର ସୁଭଦ୍ରା ବେହେରା ଓ ଡାକ୍ତର ପୁଷ୍ପରାଜ ମନ୍ତ୍ରୀ ଚାକିରୀ ଜୀବନର ଅନୁଭୁତି ଓ ସହର୍କମୀଙ୍କ ମିତ୍ରତାପୂର୍ଣ୍ଣ ସହଯୋଗୀ ମନୋଭାବ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଡାକ୍ତର ରାଜୀବ ଲୋଚନ ମାଝୀ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିବା ଡାକ୍ତର ଜୟନ୍ତ ପ୍ରଦାନ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଡାକ୍ତର ମୁଦାସୁଲ ଅଲି, ଡାକ୍ତର ଅଶୋକ କୁମାର ଦାସ, ଡାକ୍ତର ତପସ୍ୱିନୀ ମିଶ୍ର, ଡାକ୍ତର ସବ୍ୟସାଚୀ ମଣ୍ଡଳ, ଡାକ୍ତର ସୀତାଂଶୁ ପ୍ରଧାନ, ଡାକ୍ତର ସିପ୍ରା ଦାସ, ଡାକ୍ତର ରବି ବେହେରା, ଡାକ୍ତର ଦୁର୍ଗେଶନନ୍ଦିନୀ ବାସ୍କେ, ଡାକ୍ତର ସରିତା ରାୟ, ଡାକ୍ତର ଚିନ୍ମୟ ଆର୍ଯ୍ୟ, ଡାକ୍ତର ଜ୍ୟୋତ୍ମ୍ାମୟୀ ମହାରାଜାଙ୍କ ସମେତ ଆୟୁର୍ବେଦ ଜିଲା ମୁଖ୍ୟାୟଳୟର କର୍ମଚାରୀମାନେ ଏଥିରେ ଉପସ୍ଥିତ ଥିଲେ ।


