୪୨ କିଲୋ ଗଞ୍ଜେଇ ଜବତ ଗାଡି ଛାଡ଼ି ମାଫିଆ ଚମ୍ପଟ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ଏସପି ଜୟରାମ ଶତପଥିଙ୍କ ନିର୍ଦେଶ କ୍ରମେ ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ତତ୍ତ୍ଵାବଧାନରେ ଏସଆଇ ଭାଗ୍ୟଲତା ଦାଶ ଓ ତାଙ୍କ ଟିମ୍ ପେଟ୍ରୋଲିଙ୍ଗ କରୁଥିବା ବେଳେ ହାଡୁପଦର ଛକ ନିକଟରେ ଏକ ଏମଏଚ୦୬ଏଏଫ୍୧୦୩୮କୁ ଅଟକାଇ ଥିଲେ । ପୁଲିସ ଦେଖି ଚାଳକ ଓ ଅନ୍ୟ ସାଥୀ ଗାଡି ଛାଡି ଦୌଡି ଜଙ୍ଗଲକୁ ପଳାଇଥିଲେ । ଗାଡ଼ିଟିକୁ ଯାଞ୍ଚ କରିବା ବେଳେ ତା ମଧ୍ୟରୁ ଦୁଇଟି ଜରି ବସ୍ତାରେ ଗଞ୍ଜେଇ ଥିବା ପାଇଥିଲେ । ମୋହନା ଅତିରିକ୍ତ ତହସିଲଦାର ହିମାଂଶୁ ଭୂଷଣ ପଲାଇଙ୍କ ଉପସ୍ଥିତରେ ଓଜନ କରିବାରୁ ତାହା ୪୨ କିଲୋ ହୋଇଥିଲା । ଏ ନେଇ ଅଡବା ଥାନା କେସ ନଂ ୮୧/୨୨ରେ ଏକ ମାମଲା ରୁଜୁ ହୋଇଥିବାର ଅଡବା ଥାନା ଅଧିକାରୀ ଆନନ୍ଦଚନ୍ଦ୍ର ପାତ୍ରସୂଚନା ଦେଇଛନ୍ତି ।


