୪୯ ନମ୍ବର ଜାତୀୟ ରାଜପଥ ମରଣଯନ୍ତା ! ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକ ଉଦ୍ଧାର

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ଜାତୀୟ ରାଜପଥ ୪୯ ନମ୍ବର ମରଣଯନ୍ତା ପାଲଟିଛି । ବିଶୋଇ ଥାନା ଅନ୍ତର୍ଗତ ମହୁଭଣ୍ଡାର- କାଦୁଆଣୀ ଗାଁ ମଝାମଝି ରାସ୍ତାରେ ଜନୈକ ଯୁବକ ଵାଇକରୁ ଛିଟିକି ରାସ୍ତାକଡ଼ରେ ରକ୍ତ ଜୁଡୁବୁଡୁ ହୋଇ ଅଚେତ ଅବସ୍ଥାରେ ପଡ଼ିଥିଲା । ଲୋକେ ଖବର ପାଇ ୧୦୮ ଆମ୍ବୁଲାନ୍ସରେ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଥିଲେ । ଘଟଣାଟି ୨ ଟା ପାଖାପାଖି ସମୟରେ ଘଟିଥିଲା । ଯୁବକର ନାମ ଅଜିତ ଗିରି(୩୫) ।ଘର ବିଶୋଇ ଥାନା ଅନ୍ତର୍ଗତ ବିଜାତଳା ବ୍ଲକର ରାୟହରି ପଞ୍ଚାୟତର ପଳାଶବଣି ଗାଁ । ପରିବାର ଲୋକଙ୍କ କହିବା ଅନୁସାରେ ନିଜ ଛୁଆର ବହି ଆଣିବାକୁ ଯାଇ ଅଜିତ ଗିରି ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ । ତାଙ୍କର ୪ଟି ଛୋଟ ଛୋଟ ଛୁଆ ଘରେ ଅଛନ୍ତି ।ଅଜିତର ଦୁର୍ଘଟଣା ନେଇ ପରିବାର ଲୋକେ ମ୍ରିୟମାଣ ହୋଇ ପଡିଛନ୍ତି । ପରିସ୍ଥିତି ଗୁରୁତର ନେଇ ବାରିପଦା ପିଆରଏମ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଦୁର୍ଘଟଣାର କାରଣ ଅସ୍ପଷ୍ଟ ।ସେ ନିଜେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛନ୍ତି ନା କୌଣସି ଅଜଣା ଗାଡ଼ି ଧକ୍କା ଦେଇଛି ତାହା ତଦନ୍ତ ସାପେକ୍ଷ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ