୫୭ଜଣ କୋଭିଡ ଯୋଦ୍ଧାଙ୍କୁ କାର୍ଜ୍ୟରୁ ଅନ୍ତର

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : ସାରା ଦେଶରେ ବିଶ୍ୱମହାମାରୀ କରୋନା କାୟା ବିସ୍ତାର କରୁଥିବା ବେଳେ ଓଡିଶାରେ ମଧ୍ୟ ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧିପାଇବାକୁ ବସିଥିବା ବେଳେ କନ୍ଧମାଳରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ରେ ପହଂଚିଛି, ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜ଼ିଲ୍ଲାପାଳ ଓ ଜ଼ିଲ୍ଲା ସ୍ୱାସ୍ଥ୍ୟଅଧିକାରୀଙ୍କ ନିର୍ଦେଶ ପ୍ରକାରେ ଡିଏଚଏଚର ଚିଠି ସଂଖ୍ୟା- ୫୭୭୭/ ୧୯.୩.୨୦ ଅନୁଯାୟୀ କନ୍ଧମାଳରେ କୋଭିଡ ୧୯ ଆକ୍ରାନ୍ତ ଓ ସନ୍ଦେହ ରୋଗୀଙ୍କୁ ସେବା ଶୁଶ୍ରୁଷା ପାଇଁ କନ୍ଧମାଳ ଜ଼ିଲ୍ଲାର ଛଅ ଗୋଟି ବ୍ଲକ ଯଥା- ଫୁଲବାଣୀ, ଶଙ୍କରାଖୋଲ, ରାଇକିଆ, ବାଲିଗୁଡା, ଦାରିଙ୍ଗବାଡି ଓ କୋଟଗଡ ବ୍ଲକର ଛଅ ଗୋଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ଭାରତ ଏଜେନସି ଜରିଆରେ ନିଯୁକ୍ତି ପ୍ରଦାନ କରାଯାଇଥିଲା, ସରକାରୀ ନିର୍ଦେଶ ପ୍ରକାରେ ଗୃହତ୍ୟାଗ କରି ୫୭ଜଣ ଏଏନଏମ ଓ ଷ୍ଟାଫ ନର୍ସ ଦୀର୍ଘ ୬୧ଦିନକାଳ ନିଜ ଜୀଵନକୁ ବାଜିଲଗାଇ କୋଭିଡ଼ ଯୋଦ୍ଧାଭାବେ କାର୍ଜ୍ୟ ସମ୍ପାଦନ କରିଆସୁଥିବା ଯୋଗୁଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାର ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ କୋଭିଡ ଯୋଦ୍ଧା ମାନଙ୍କୁ ସମ୍ମକ୍ଷନ ଦେଉଛନ୍ତି, ହେଲେ ଶ୍ରମ କମିଶନର ଡ଼ଃ.ଏନ.ତିରୁମାଲା ନାୟକଙ୍କ ଚିଠି ସଂଖ୍ୟା ୨୭୫୨/୨୧.୩.୨୦୨୦ ଅନୁଯାୟୀ କନ୍ଧମାଳ ରୋଗୀଙ୍କ ସେବାପାଇଁ ଚୁକ୍ତି ଅଵଧି ବୃଦ୍ଧି କରିଥିଲେ, ଫଳରେ ସ୍ୱାସ୍ଥ୍ୟକର୍ମୀ ନିଜ ଆତ୍ମୀୟ ସ୍ୱଜନଙ୍କ ସେବାକରିବା ପାଇଁ ଆଶା ପ୍ରକଟ ମଧ୍ୟ କରିଥିଲେ, କର୍ମଚାରୀଙ୍କ ଦରମା ଶ୍ରମ କମିଶନର ଫଣ୍ଡରୁ ଏବଂ କୋଭିଡ ଇନସେନଟିଭ ଫଣ୍ଡରୁ ପାରିଶ୍ରମିକ ରାଶି ଯୋଗାଇ ଦେବାକୁ ସ୍ଥିରକରାଯାଇଥିଲା, କିନ୍ତୁ କନ୍ଧମାଳ ଜ଼ିଲ୍ଲାରେ କୋରନା ପଜିଟିଭ ୩ ଜଣଙ୍କ ଠାରେ ବାହାରି ଥିଲେ ମଧ୍ୟ ଓଡିଶାର ୨୯ ଜ଼ିଲ୍ଲାରେ କୌଣସି ସ୍ୱାସ୍ଥ୍ୟକର୍ମୀଙ୍କୁ ଛଟେଇ କରାଯାଇ ନଥିବା ସ୍ଥଳେ କେବଳ କନ୍ଧମାଳ ଜ଼ିଲ୍ଲାରେ ମନମାନୀ କରି ଚାକିରୀରୁ ଛଟେଇ କରାଯାଇଛି ଏବଂ ଦୁଇ ମାସର ପାରିଶ୍ରମିକ ଦିଆଯାଇ ନଥିବା ଅଭିଯୋଗ ହେଉଛି, କୌଣସି କର୍ମଚାରୀଙ୍କୁ କାର୍ଜ୍ୟରୁ ନ ହଟାଇବା ପାଇଁ ସରକାରୀ ନିୟମ ଥିବାବେଳେ ସରକାରୀ ଆଇନ କାନୁନକୁ ଏଠାରେ ଦଳିମକଚି ଭାଙ୍ଗିଦିଆ ଯାଇଛି, ଏହାକୁ ନେଇ ଜ଼ିଲ୍ଲା ମିଳିତ ନାଗରିକ କମିଟି ଗଭୀର ଉଦବେଗ ପ୍ରକାଶ କରିଛି, ଛଟେଇ ହୋଇଥିବା ସ୍ୱାସ୍ଥ୍ୟକର୍ମୀ,ଏଏନଏମ, ଷ୍ଟାଫ୍ଫ ନର୍ସ ମାନେ ଜ଼ିଲ୍ଲାପାଳ ଓ ଏସପିଙ୍କୁ ଭେଟିବା ପାଇଁ ଦ୍ଵାରସ୍ଥ ହୋଇଥିଲେ ସୁଦ୍ଧା ସେମାନଙ୍କୁ ଭେଟିବା ପାଇଁ କୁଆଡେ ସୁଯୋଗ ଦିଆଯାଇନ ଥିବା ଅଭିଯୋଗ କରିଛନ୍ତି କର୍ମଚାରୀ, ଏନେଇ ଛଟେଇ କର୍ମଚାରୀ ମାନେ ଉଚ୍ଚ ନ୍ୟାୟଳର ଦ୍ଵାରସ୍ଥ ହେବେ ବୋଲି କହିଛନ୍ତି, ଦେଶରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଦିଆଯାଉଥିବା ବେଳେ କନ୍ଧମାଳରେ ସ୍ୱାସ୍ଥ୍ୟକର୍ମୀ ବା ଯୋଦ୍ଧାଙ୍କୁ ଅସମ୍ମାନ କୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦାନାବାନ୍ଧୁଛି, ଶ୍ରମସଚିବ ଡ଼ଃ.ତିରୁମାଲା ନାୟକଙ୍କ ନିର୍ଦେଶ ରହିଛି ଯେ ଏହି ବିଶ୍ୱ ମହାମାରୀ କୋରାନ ଯୁଦ୍ଧ ସମୟରେ କୌଣସି ସରକାରୀ ଓ ବେସରକାରୀ କର୍ମଚାରୀ ବା ଶ୍ରମଜୀବିଙ୍କୁ ଚାକିରୀରୁ ବହିଷ୍କାର କରାଯିବ ନାହିଁ , କୋରାନ ପ୍ରବକ୍ତା ସୁବ୍ରତ ବାଗଚୀ ମଧ୍ୟ ନିଜ ସମ୍ଭାଷଣ ରେ ଏ ସମ୍ପର୍କରେ ବାରମ୍ବାର ଦୋହରାଇଛନ୍ତି, ଏହି ପ୍ରସଙ୍ଗରେ କନ୍ଧମାଳ ଜିଲ୍ଲାର ବରିଷ୍ଠବ୍ୟକ୍ତି ତଥା ମିଳିତ ନାଗରିକ କମିଟିର ସଭାପତି ଡ଼ଃ. ଅରୂପ କୁମାର ଜେନା ଓ ବରିଷ୍ଠ ବିଜେପି ନେତା କମଳା କାନ୍ତ ପାଣ୍ଡେ ପ୍ରଶ୍ନ ଉଠାଇଛନ୍ତି, ଏନେଇ ମିଳିତ ନାଗରିକ କମିଟି ଏହାର ନିରପେକ୍ଷ ତଦନ୍ତ ସହ ଛଟେଇ କର୍ମଚାରୀ ମାନଙ୍କୁ ପୁନଃ ନିଯୁକ୍ତି ଦେବା ତଥା ଚୁକ୍ତି ଅଵଧି ବଢ଼ାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ଦେଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ