ପୂର୍ବତନ ଛାତ୍ର ଏବଂ ଶିକ୍ଷାବିତଙ୍କୁ ଆଶ୍ରୁଳ ଶ୍ରଦ୍ଧାଞ୍ଜଳି

ପାରଳାଖେମୁଣ୍ଡି , (ତାରିଣୀ ପ୍ରସାଦ ପଣ୍ଡା) : ଗତ ୧୦ ତାରିଖ ମଙ୍ଗଳବାର ଦିନ ଆକସ୍ମିକ ବିୟୋଗ ସ୍ୱର୍ଗତ ଚିନ୍ମୟ ପଟ୍ଟନାୟକଙ୍କ ସ୍ମୃତି ଚାରଣ ଶ୍ରଦ୍ଧାଞ୍ଜଳି ୯ମ ଦିନରେ  ଵାପି ପଣ୍ଡାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ  କରଣ ସାହିର ଶ୍ୟାମ ସୁନ୍ଦର ମନ୍ଦିର ପରାସର ଅନୁଷ୍ଠିତ ହୋଇସାରିଛି । ବାବୁଲା ନନ୍ଦ, ମୁକି ପାଣିଗ୍ରାହୀ, ଶୈଳ ପାତ୍ର, ଵଳରାମ ପଣ୍ଡା, ଜଗନ୍ନାଥ ରଥ, ଅମୁଲ୍ୟ ପାତ୍ର, ଟୁନା ପ୍ରଧାନ, ଭେଙ୍କଟ ରାବଣା, ସୁଧି ମହାପାତ୍ର, ଗଞ୍ଜା ଖଞ୍ଜା, ନାନୁ ରଥ, ବିଭୄତି ପତି, ଶିବ ମିଶ୍ର  ପ୍ରଭୃତି ସ୍ୱର୍ଗତ ପଟ୍ଟନାୟକଙ୍କ ନିଃସ୍ୱାର୍ଥପର ଶିକ୍ଷା କ୍ଷେତ୍ରରେ ବହୁ ମୂଲ୍ୟ ଅବଦାନ କରିଥିଲେ । ପାରଳା ସହରର ସମସ୍ତ ସ୍କୁଲର ସାଙ୍ଗମାନେ ଯୋଗଦାନ ପୂର୍ବକ ପଟ୍ଟନାୟକଙ୍କ ବହୁମୁଖୀ ସେବା ସମ୍ପର୍କରେ ଆଲୋଚନା କରିଥିଲେ । ଚିନ୍ମୟ ପଟ୍ଟନାୟକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଦିଆଯାଇ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତାପ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ