୭ ବନ୍ଧୁକ, ୬୫ ରାଉଣ୍ଡ ଗୁଳି ଜବତ, ୭ ଗିରଫ

କଟକ, (ଦୀପକ୍ କୁମାର ବେଉରା) : କଟକ ଚାଉଳିଆଗଞ୍ଜ ଅଞ୍ଚଳରେ ବନ୍ଧୁକ କାରବାର କରୁଥିବାବେଳେ ପୁଲିସ ଚଢ଼ଉ କରି  କେନ୍ଦ୍ରାପଡ଼ାର କୁଖ୍ୟାତ ଅପରାଧୀ ବିଜୟ ନାୟକ ଓ ତାର ସହଯୋଗୀ ଜଗା ଦାସ ସମେତ ୭ ଜଣଙ୍କୁ ଗିରଫ କରିଛି।ଆଜି ଚାଉଳିଆଗଞ୍ଜ ଅଞ୍ଚଳରେ ବନ୍ଧୁକ କିଣାବିକା ନେଇ ଡିଲ୍ ଚାଲିଥିବାବେଳେ କମିଶନରେଟ୍ ପୁଲିସ ୭ ଜଣଙ୍କୁ ଧରିଛି। ଏହାସହ ସେମାନଙ୍କ ପାଖରୁ ୭ଟି ବନ୍ଧୁକ, ୬୫ ରାଉଣ୍ଡ ଗୁଳି, କାର୍, ବାଇକ୍ ଓ ମୋବାଇଲ୍ ଜବତ କରାଯାଇଛି। ଏହି ବନ୍ଧୁକ କାରବାର ସହ ବିହାରର ମୁଙ୍ଗେର ସହ ସଂପର୍କ ରହିଥିବା ପୁଲିସ କହିଛି। ଧରାପଡ଼ିଥିବା କୁଖ୍ୟାତ ଅପରାଧୀ ବିଜୟ ନାୟକ ଟିଟୋ ଗ୍ୟାଙ୍ଗର ସହଯୋଗୀ ଏବଂ ଗ୍ୟାଙ୍ଗଷ୍ଟର ସୁଲେମାନ୍ ହତ୍ୟାକାଣ୍ଡର ଅଭିଯୁକ୍ତ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ