୮୨ଗ୍ରାମ ବ୍ରାଉନ ସୁଗାର ଜବତ, ଏକ ଗିରଫ
ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡ଼ା ଅବକାରୀ ନିରୀକ୍ଷକ ମମତା କୁମାରୀ ଦାସ ସଦଳବଳେ ରେଞ୍ଚ ଶାସନ ଠାରେ ଚଢାଉ କରି ସୂର୍ଯ୍ୟ ନାରାୟଣ କାଣ୍ଡି ଙ୍କ ଠାରୁ ୮୨ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହିତ ତାଙ୍କୁ ଗିରଫ କରିଛନ୍ତି ।ଜବତ ହୋଇଥିବା ବ୍ରାଉନ ସୁଗାର ର ମୂଲ୍ୟ ୮ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ ।ଏହି ଚଢାଉ ରେ ନିମାପଡ଼ା ଅବକାରୀ ନିରୀକ୍ଷକ ମମତା କୁମାରୀ ଦାସ ଙ୍କ ସହିତ ଏସ ଆଇ ନାରାୟଣ ବେହେରା ,ସ୍ଵୟଂ ପ୍ରଜ୍ଞା ପ୍ରିୟଦର୍ଶିନୀ ନାୟକ ,ଆଶିଷ ପ୍ରଧାନ, ତପନ ପ୍ରଧାନ ,ଜିତେନ୍ଦ୍ର ବେହେରା, ଶେଖ ୱାରିସ ପ୍ରମୁଖ ସାମିଲ ଥିଲେ ।ଅବକାରୀ ଥାନା ୭୯/୨୨ ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିଲା । କୋର୍ଟ ରେ ଅଭିଯୁକ୍ତ ଯୁବକ ଙ୍କ ଜାମିନ ନା ମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତ କୁ ପଠାଇ ଦିଆଯାଇଛି ।


