୰ ଇଂ. ସରୋଜ କୁମାର ଚାନ୍ଦଙ୍କ ବିୟୋଗରେ ଶୋକ
ବାଲେଶ୍ୱର, (ସରୋଜ ପଣ୍ଡା):ଇଂ. ସରୋଜ କୁମାର ଚାନ୍ଦଙ୍କ ଦେହାନ୍ତର ପଞ୍ଚମ ଦିନରେ ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ବାଲେଶ୍ୱର ତରଫରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଇଂ. ବନମାଳୀ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଶୋକସଭାରେ ଇଂ. ନାୟକ ବକ୍ତବ୍ୟରେ କହିଥିଲେ ଯେ ୰ ସରୋଜ ଚାନ୍ଦ ତାଙ୍କର ସହପାଠୀ ଥିଲେ । ବୃତ୍ତି ନିବୃତ୍ତ ପରେ ବିଭିନ୍ନ ସାମାଜିକ ଅନୁଷ୍ଠାନରେ କର୍ମକର୍ତ୍ତା ଥାଇ ଜନକଲ୍ୟାଣ କାର୍ଯ୍ୟରେ ଲିପ୍ତ ରହୁଥିଲେ । ଅବସରପ୍ରାପ୍ତ ଡିପ୍ଲୋମା ଇଂଜିନିୟରର୍ସ ସଂଘର ସଭାପତି ଥିବା ଅବସ୍ଥାରେ ତାଙ୍କର ପରଲୋକ ଘଟିଲା । ଜଣେ ଉଦାର, ବନ୍ଧୁବତ୍ସଳ, ଉତ୍ତମ ସଂଗଠକ ଭାବରେ ପରୋପକାର ପାଇଁ ତାଙ୍କର ଅବସର ସମୟ ଉତ୍ସର୍ଗୀକୃତ ଥିଲା ବୋଲି ସଭାପତି ଇଂ. ନାୟକ ବକ୍ତବ୍ୟରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶେଖ ଆଲ୍ଲାଉଦ୍ଦିନ୍, ଭବେଶ ଚନ୍ଦ୍ର ପଣ୍ଡା, ସ୍ୱଦେଶ ରଞ୍ଜନ ମହାପାତ୍ର, ରବୀନ୍ଦ୍ର ନାଥ ପାଣି, କ୍ଷେତ୍ରମୋହନ ନାୟକ, ଜ୍ଞାନେନ୍ଦ୍ର ନାଥ ସାହୁ, ଦିଲ୍ଲୀପ କୁମାର ଚକ୍ରବର୍ତ୍ତୀ, ସୁରେନ୍ଦ୍ର ପ୍ରସାଦ ଧଳ, ରମେଶ ଚନ୍ଦ୍ର ଜେନା, ଯୋଗେଶ ଚନ୍ଦ୍ର ପ୍ରଧାନ, ଇଂ. କେଶବ ଚନ୍ଦ୍ର ମାହାନ୍ତି, କାଳିଚରଣ ବେହେରା, ଶଚୀନ୍ଦ୍ର ଦାସ, କାର୍ତ୍ତିକ ଚନ୍ଦ୍ର ପାତ୍ର, ସୀତାରାମ ପ୍ରଧାନ, ପୁରୁଷୋତ୍ତମ ବେହେରା ପ୍ରମୁଖ ୰ ଚାନ୍ଦଙ୍କର ସ୍ମୃତିଚାରଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସଂଗେସଂଗେ ତାଙ୍କ ପରିବାରର ମଙ୍ଗଳ କାମନା କରି ଶ୍ରୀଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରିଥିଲେ ।


