ୱାର୍ଡ଼ ସଭ୍ୟଙ୍କ ମହାନତା ନିଜସ୍ୱ ଖର୍ଚ୍ଚରେ ଲାଇଟ୍ ଲଗାଇଲେ ….

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ମହକୁମା ସ୍ଥିତ ୱାର୍ଡ଼ ନଂ ୧୦ରେ ଦୀର୍ଘ ଦିନ ହେବ ଷ୍ଟ୍ରୀଟ୍ ଲାଇଟ୍ ଜଳୁ ନଥିବା ବେଳେ ଅନ୍ଧାରରେ ସାହି ବାସିନ୍ଦା ରହିଆସୁଥିଲେ I ବର୍ଷା ରୁତୁ ହୋଇଥିବାରୁ ଲଗାଣ ବର୍ଷା ଯୋଗୁଁ ଲୋକେ ରାତ୍ରି ସମୟରେ ଯିବାଆସିବା କରିବା ସମୟରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ l ୱାର୍ଡ଼ବାସୀ ଏବଂ ସଚେତନ ନାଗରିକ ମାନେ ସୋସିଆଲ ମିଡିଆରେ ୱାର୍ଡ଼ ମେମ୍ବରଙ୍କୁ ଦାବି ଜଣାଇଥିଲେ l ଏନେଇ ୱାର୍ଡ଼ ସଭ୍ୟ ପି. ରାଜେଶ୍ଵର ରାଓ ଆଚାରୀ ଉକ୍ତ ୱାର୍ଡ଼ରେ ଲାଇଟ୍ ଲଗାଇବା ପାଇଁ ପଞ୍ଚାୟତରେ ଜଣାଇବା ପରେ ମଧ୍ୟ ପଞ୍ଚାୟତ କୌଣସି ପଦକ୍ଷେପ ନନେବାରୁ ବାଧ୍ୟହୋଇ ସେ ନିଜସ୍ୱ ଖର୍ଚରେ ଉକ୍ତ ୱାର୍ଡ଼ରେ ପ୍ରାୟ ୧୦ ଟି ଲାଇଟ୍ ଲଗାଇ ଥିବା ସେ ପ୍ରକାଶ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ