ଗୌରୀ ପଣ୍ଡାଙ୍କୁ ସପ୍ତମ ବ୍ରହ୍ମପୁର ଚଳଚ୍ଚିତ୍ର ଉତ୍ସବ ସମ୍ମାନ

ଗୁଣପୁର (ୱାଇ ଏନ ଏସ ): ପୁରୁଣା ଗୁଣପୁରର ବିଶିଷ୍ଟ ସିନେ ସମୀକ୍ଷକ ଶ୍ରୀ ଗୌରୀ ଶଙ୍କର ପଣ୍ଡାଙ୍କୁ ବ୍ରହ୍ମପୁର ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ଲକ୍ଷ୍ୟ ପକ୍ଷରୁ ଅନୁଷ୍ଠିତ ସପ୍ତମ ବ୍ରହ୍ମପୁର ଚଳଚ୍ଚିତ୍ର ଉତ୍ସବରେ ଶ୍ରେଷ୍ଠ ସିନେ ସମୀକ୍ଷକ ଭାବେ  ସମ୍ମାନିତ କରାଯାଇଛି। ଓଡ଼ିଆ ଚଳଚ୍ଚିତ୍ର ସମୀକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନ ତାଙ୍କୁ ପ୍ରଦାନ କରାଯାଇଛି। ଏଥିରେ ମନୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅତିଥି ଭାବେ ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ ପ୍ରଯୋଜକ ତଥା ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ମୁଖ୍ୟ ବକ୍ତା ଭାବେ ଅଭିନେତା ମନୋଜ ମିଶ୍ର, ସମ୍ମାନିତ ଅତିଥି ଭାବେ ରାଜେଶ ରୋଶନ ବିଶ୍ୱାଳ, ନିର୍ଦ୍ଦେଶକ ଆଲୋକ ପରିଡ଼ା, ପୁରୁଖା ପ୍ରଯୋଜକ ତଥା ନିର୍ଦ୍ଦେଶକ ମେଜର ରମାରମଣ ପାଢ଼ୀ ଯୋଗ ଦେଇଥିଲେ। ଏହା ପୂର୍ବରୁ ଚିତ୍ରପୁରୀ ସୁବର୍ଣ୍ଣ ଜୟନ୍ତୀ ସମ୍ମାନ, ଓଡ଼ିଆ ଚଳଚ୍ଚିତ୍ରର ୭୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବାଣୀଚିତ୍ର ସମ୍ମାନ, ଚଳଚ୍ଚିତ୍ର ଜଗତ ସମ୍ମାନ, ସିନେମା ସଂସାର ସମ୍ମାନ, ସିନେମା ଦୁନିଆ ସମ୍ମାନ, ବାଣୀଚିତ୍ର ସମ୍ମାନ–୨୦୧୩, ରୂପରଙ୍ଗ ରୌପ୍ୟ ଜୟନ୍ତୀ ସମ୍ମାନ, ଓଡ଼ିଶା ଫିଲ୍ମ ଫେୟାର ସମ୍ମାନ, ସୋ ଟାଇମ୍ ସମ୍ମାନ, ସିନେ ସେଲିବ୍ରେଟି ସମ୍ମାନ, ରୂପନଗରୀ ମାୟାନଗରୀ ସମ୍ମାନ, ବାଣୀଚିତ୍ର ସମ୍ମାନ–୨୦୨୪ ଓ ରାୟଗଡ଼ା ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସମ୍ମାନ ହାସଲ କରିଛନ୍ତି। ୧୯୮୫ ମସିହାରୁ ଚଳଚ୍ଚିତ୍ର ପୃଷ୍ଠା ପାଇଁ ଲେଖା ଆରମ୍ଭ କରିଥିବା ଶ୍ରୀ ପଣ୍ଡା ଦୀର୍ଘ ୪୦ ବର୍ଷ ହେଲା ରାଜ୍ୟର ପ୍ରାୟ ସବୁ ସିନେ ପତ୍ରିକା ଓ କେତୋଟି ଦୈନିକ ଖବରକାଗଜର ଚଳଚ୍ଚିତ୍ର ପୃଷ୍ଠା ପାଇଁ ଲେଖା ଅବ୍ୟାହତ ରଖିଛନ୍ତି।ଆଗରୁ ସେ କ୍ରୀଡ଼ା ପତ୍ରିକା ଖେଳ ଓ ଖେଳାଳି ଏବଂ କେତୋଟି ଦୈନିକ ଖବରକାଗଜର ଖେଳ ପୃଷ୍ଠା ପାଇଁ ମଧ୍ୟ ଲେଖୁଥିଲେ। ତାଙ୍କର ଏହି ସଫଳତା ପାଇଁ ବହୁ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଶୁଭେଚ୍ଛା ଜଣାଉଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ