୨ ଶଗଡ଼ିଆଙ୍କ ମୃତ୍ୟୁ ଘଟଣା : ଗାଡ଼ି ଚାଳକଙ୍କୁ କୋର୍ଟ ଚାଲାଣ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ପାଟପୁର ଥାନା ଏଏସଆଇ ସୁଧୀର ନାୟକ ଶୁକ୍ରବାର ବ୍ରହ୍ମପୁର ବଡ ବଜାର ଥାନା ଜଗନ୍ନାଥ ବିହାର ୭ ମ ଲେନ ର ଗାଡ଼ି ଚାଳକ ପ୍ରଦୀପ ମହାନ୍ତି(୩୧) ଙ୍କୁ ଗିରଫ କରି ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ କୋର୍ଟ କୁ ଚାଲାଣ କରିଛନ୍ତି।ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଇକ ଜଗନ୍ନାଥପୁର – ପ୍ରତାପଗିରି ଗ୍ରାମ ଛକ ପୋଖରୀ ନିକଟ ବୁଲାଣି ରାସ୍ତାରେ ବୁଧବାର ବିଳମ୍ବିତ ରାତି ପ୍ରାୟ ୧ ଟାରେ ଦ୍ରୁତଗତି ରେ ଯାଉଥିବା ବାଲି ବୋଝେଇ ହାଇୱା ଟ୍ରକ୍ (ନଂ. ଓଡ଼ି୦୨ ଡିକେ -୧୭୧୨) ଏକ ବାଉଁଶ ବୋଝେଇ ଶଗଡ଼ କୁ ଧକ୍କା ଦେବାରୁ ପ୍ରତାପଗିରି ଗ୍ରାମର ବିଜି ଓରଫ ବିଜୟ ଗୌଡ଼(୫୫) ଏବଂ ନାଥ ଜେନା(୬୦) ୨ ଜଣ ଚାଷୀ ମୃତ୍ୟୁ ବରଣ କରିଥିଲେ। ହାଇୱା ଚାଳକ ପ୍ରଦୀପ ଫେରାର ଥିଲେ। ଏପରିକି ଦୁର୍ଘଟଣାରେ ଶଗଡ଼ ଟାଣୁ ଥିବା ୨ ପୋଢ଼ ଆହାତ ହୋଇଥିଲେ। ସେଥିରୁ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ଗୋଟିଏ ପୋଢ଼ କୁ ରାସ୍ତାକଡ ଜମିରେ ମାଟି ଖୋଳି ପୋତି ଦିଆଯାଇଥିଲା।ତଦନ୍ତକାରୀ ଅଧିକାରୀ ସୁଧୀର ନାୟକ ଦୁର୍ଘଟଣା ଘଟାଇଥିବା ହାଇୱା କୁ ଜବତ କରିଛନ୍ତି।


