କଂଗ୍ରେସର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଭାରତୀୟ ଜାତୀୟ କଂଗ୍ରେସ ହିଞ୍ଜିଳିକାଟୁ ପକ୍ଷରୁ ଶୁକ୍ରବାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଅଛି।‌ ଶୁକ୍ରବାର ଅପରାହ୍ନରେ ହିଞ୍ଜିଳି ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ପାଢ଼ୀଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ସ୍ଥାନୀୟ ପୌରାଞ୍ଚଳ ବଇଞ୍ଚବଣିଆ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରୁ ଏକ ରାଲିରେ ବାହାରି ପରିବା ବଜାର ନିକଟସ୍ଥ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ। ସେଠାରୁ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ପହଞ୍ଚି ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ସମ୍ମିଳନୀରେ ଏହି ସମ୍ମିଳନୀ ହିଞ୍ଜିଳି ବିଧାୟକ ପ୍ରାର୍ଥୀ କଂଗ୍ରେସର ବରିଷ୍ଠ ନେତା ରଜନୀ କାନ୍ତ ପାଢିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଆୟୋଜିତ ସମ୍ମିଳନୀରେ ଦଳୀୟ ସଂଗଠନକୁ ସୁଦୃଢ କରିବା ସହ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମତପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଥିଲା।‌ ବିଜେଡି କର୍ମୀ ବିମଳ ଦାଶ, ବିଜେପି ଜୋନ୍ ସଭାପତି ସନ୍ତୋଷ କୁମାର ପ୍ରଧାନ, କୃଷକ ମୋର୍ଚ୍ଚା ସଭାପତି ବଲ୍ଲଭ ସାହୁଙ୍କ ସମେତ ବହୁ ବିଜେପି କର୍ମୀ କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସ ଦଳରେ ଯୋଗଦାନ କରିଥିଲେ। ଉଭୟ ବିଜେପି ଓ ବିଜେଡି କର୍ମୀ କଂଗ୍ରେସ ଦଳରେ ଯୋଗଦାନ ପରେ ଦଳୀୟ ସଂଗଠନ ଆହୁରି ମଜବୁତ ହୋଇପାରିଛି ବୋଲି ବିଧାୟକ ପ୍ରାର୍ଥୀ ଶ୍ରୀ ପାଢି ଦୃଢୋକ୍ତି ପ୍ରକାଶ କରିଥିଲେ । ଆୟୋଜିତ ବୈଠକରେ ଗୋପାଳପୁର ପୂର୍ବତନ ବିଧାୟକ ଡଃ ତ୍ରିନାଥ ବେହେରା, ପଶ୍ଚିମ ଜିଲ୍ଲା ସଭାପତି ଦଣ୍ଡପାଣି ପାତ୍ର, ସୁନାରାମ ସାବତ, ଆଶିଷ କୁମାର ପାଢିଙ୍କ ସମେତ ୫ ଶହରୁ ଉର୍ଦ୍ଧ୍ବ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ